ପୁଣି ଲଭ୍-ସେକ୍ସ-ଧୋକା : ଖୋଜି ଖୋଜି ଉତ୍ତରପ୍ରଦେଶରୁ ଓଡ଼ିଶା ପହଂଚିଲେ ସ୍ତ୍ରୀ

ଯାଜପୁର ଟାଉନ୍(କେନ୍ଯୁଜ୍): ସାତ ଜନ୍ମର ସାଥି ହେବା ନେଇ ପରସ୍ପରକୁ ଦେଇଥିଲେ ପ୍ରତିଶୃତି। ମନ୍ଦିରରେ ପୁରୋହିତଙ୍କ ଉପସ୍ଥିତିରେ ସିନ୍ଦୁର ପିନ୍ଧି ଯେଉଁ ସ୍ବାମୀକୁ ନିଜର ଇହ କାଳ ପର କାଳର ଦେବତା ରୂପେ ବାଛି ନେଇଥିଲେ, ଆଜି ସେ ଧୋକା ଦେଇ ଚମ୍ପଟ ମାରିଛି । ଆଉ ଶେଷରେ ସୁଦୂର ଉତ୍ତରପ୍ରଦେଶରୁ ଓଡ଼ିଶା ପହଂଚିଛି ସ୍ତ୍ରୀ।

ପୁଣି ସାମ୍ନାକୁ ଆସିଛି ଲଭ୍,ସେକ୍ସ, ଧୋକାକୁ ନେଇ ଆଉ ଏକ କାହାଣୀ । ମହିଳା ଜଣଙ୍କ ନିଜ ସ୍ବାମୀକୁ ଖୋଜି ଖୋଜି ଉତ୍ତରପ୍ରଦେଶରୁ ଓଡ଼ିଶା ପହଂଚିଥିବା ଜଣାପଡିଛି। ଯାଜପୁର ବିଂଝାରପୁର ଥାନାରେ ଯୁବକଙ୍କ ନାଁରେ ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ । ଅଭିଯୋଗ ଅନୁଯାୟୀ, ମଧୁସୂଦନପୁରର ସୁଶାନ୍ତ ବାରିକ ଉତ୍ତର ପ୍ରଦେଶର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ । ସେଠାରେ ଜଣେ ମହିଳାଙ୍କୁ ପ୍ରେମ କରି ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ଏପରିକି ମହିଳା ଜଣଙ୍କ ବିଧବା ଏବଂ ତାଙ୍କର ୪ବର୍ଷର ଶିଶୁ ପୁତ୍ର ସନ୍ତାନ ଅଛି ବୋଲି ଜାଣି ମଧ୍ୟ ଯୁବକ ଜଣଙ୍କ ତାଙ୍କ ସହ ସମ୍ପର୍କ ରଖିଥିବା ମହିଳା ଅଭିଯୋଗ କରିଛନ୍ତି।

ତେବେ ବାରମ୍ବାର ଆତ୍ମହତ୍ଯାର ଧମକ ଦେଇ .ଶଷରେ ଯୁବକ ମହିଳାଙ୍କୁ ବିବାହ କଲେ। ଏନେଇ ସେ ତାଙ୍କ ଘରେ ସବୁ କିଛି ଜଣାଇଛନ୍ତି ବୋଲି ମହିଳାଙ୍କୁ କହିଥିଲେ। ଯାହାଫଳରେ ମହିଳା ନିଜ ଜୀବନକୁ ସୁଧାରିବା ପାଇଁ ଯୁବକ ଜଣଙ୍କୁ ବିଶ୍ବାସ କରିଥିଲେ ଏବଂ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କିଛିଦିନ ତଳେ ଯୁବକ ତାଙ୍କୁ କିଛି ନଜଣାଇ ସେଠାରୁ ପଳାଇ ଆସିଥିବାବେଳେ ବର୍ତ୍ତମାନ ଅସହାୟ ଭାବେ ନିଜ କୁନି ପିଲାଟିକୁ ଧରି ମହିଳା ଜଣଙ୍କ ଆସି ଯାଜପୁରରେ ପହଁଚି ଥାନାର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ମହିଳା । ତେବେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ। ଅନ୍ଯପଟେ ମହିଳାଙ୍କୁ ୫୦ହଜାର ଟଙ୍କା ଦେଇ ମାମଲାକୁ ରଫାଦଫା କରି ଫେରିଯିବାକୁ ଯୁବକଙ୍କ ପରିଲୋକେ କହୁଥିବା ନେଇ ସେ କହିଛନ୍ତି। ନ୍ଯାୟ ପାଇଁ ଉତ୍ତରପ୍ରଦେଶରୁ ଓଡ଼ିଶା ଆସି ପହଁଥିବା ଏହି ମହିଳାଙ୍କୁ ପୋଲିସ ନ୍ଯାୟ ଦେଇପାରୁଛି ନା ନାହିଁ, ତାହା ଦେଖିବାକୁ ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.