ଜଳେଶ୍ବର: ଥାନା ପରିସରରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ

ଜଳେଶ୍ବର: ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବାହାଘର । ଥାନା ଅଧିକାରୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମୀ ଯୁଗଳ। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ପରିସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଗତ ୧ ତାରିଖରେ ପଥଦୁର୍ଗା ଗାଁର ଅଜୟ ପଣ୍ଡିତ ଓ ସିତାଡିହା ଗାଁର ନମିତା ଗିରି ଘରୁ ଲୁଚି ପଲାଇଥିଲେ । ଏନେଇ ଝିଅ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପରେ ସିଂଲା ଥାନାଧିକାରୀ ଉଭୟ ବର ଓ କନ୍ୟା ପରିବାର ସହ ଆଲୋଚନା କରି ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଥାନା ପରିସରରେ ସାମାଜିକ ଦୂରତା ରକ୍ଷା କରି ନିରାଡମ୍ବର ସହ ବାହାଘର ଶେଷ ହୋଇଛି।

Leave A Reply

Your email address will not be published.