ପ୍ରେମ ଓ ବିବାହ ପ୍ରତିଶ୍ରୁତି ପରେ ପ୍ରତାରଣା, ପ୍ରେମିକକୁ ପୋଲିସ୍‌ ହାତରେ ବନ୍ଧାଇଲା ପ୍ରେମିକା

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି ରିପିଟ୍‌ ହେଉଛି ଲଭ ସେକ୍ସ ଧୋକାର କାହାଣୀ । ଏଇ ରାଜଧାନୀ ଭୁବନେଶ୍ୱରରେ । ପ୍ରେମରୁ ଆରମ୍ଭ ହୋଇଥିଲା ମିଠା ସଂପର୍କ ଆଉ ଧୋକାରେ ଏଣ୍ଡ ହେଲେ ଲଭ ଷ୍ଟୋରୀ । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲା କ୍ୟାପିଟାଲ ହସ୍ପିଟାଲ ଡାଟା ଏଣ୍ଟ୍ରି ଅପରେଟଟର । ତାଙ୍କ ନାଁ ଅରଜିତ ଜେନା । ଅରଜିତଙ୍କୁ ଗିରଫ କଲା ଇନ୍‌ଫୋସିଟି ଥାନା ପୋଲିସ।

ସୂଚନା ଅନୁସାରେ ଗତ ବର୍ଷ ପଟିଆ ସରକାରୀ ମେଡିକାଲ ହସ୍ପିଟାଲରେ ଯୁବତୀ ଜଣକ ସେବିକା ଭାବରେ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲରେ ଅରଜିତ ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ବେଳେ ପତିଶ ମେଡିକାଲରେ ଡିଉଟି ପଡିଥିଲା। ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏପରିକି ବିବାହ କରିବେ କହି ଅରଜିତ ତାଙ୍କ ଘର ରୁଦ୍ରପୁରରେ ପରିବାର ଲୋକଙ୍କ ସହ ପରିଚିତ ମଧ୍ୟ କରାଇଥିଲେ।
ଗତ ମାର୍ଚ୍ଚ ମାସରେ କଥା ହେବା କହି ପଟିଆର ଏକ ହୋଟେଲ ରାତି ବିତାଇଥିଲେ। ଏପରିକି ପୁଣି ଥରେ ଅନ୍ୟ ଏକ ହୋଟେଲକୁ କଥା ହେବାକୁ ଡାକି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଥିଲେ। ପରେ ବିବାହ ନେଇ ପଚାରିବାରୁ ଆଉ ଯୋଗାଯୋଗ ରଖି ନଥିଲେ । ଏମିତିକି ଫୋନ୍‌ ମଧ୍ୟ ଉଠାଇ ନଥିଲେ। ପରେ କଥା ହେଲା ବେଳେ ଭୀଷଣ ଗାଳିଗୁଲଜ କରିଥିଲେ।

ଏହାପରେ ଯୁବତୀ ଜଣକ ଇନ୍‌ଫୋସିଟି ଥାନାରେ ଅରଜିତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଯୁବକ ଜଣକୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମଇନା ହୋଇଛି। ଦୁହେଁ କ୍ୟାପିଟାଲ ହସ୍ପିଟାଲରେ ଚାକିରି କରନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.