ଭୁବନେଶ୍ବର: ପ୍ରେମିକାକୁ ମାଡ଼ ମାରି ସହିଦ ନଗର ଥାନାରେ ପ୍ରେମିକ ଅଟକ

କେନ୍ୟୁଜ୍(ବ୍ୟୁରୋ):  ପ୍ରେମିକାକୁ ମାଡ଼ ମାରି ସହିଦ ନଗର ଥାନାରେ ପ୍ରେମିକ ଅଟକ। ଏଭଳି ଘଟଣା  ଘଟିଛି  ବାଣୀବିହାର ଅଞ୍ଚଳରେ।  ପ୍ରେମିକା ଜଣେ ଯୁବକ ସହିତ ଗାଡ଼ିରେ ବଜାରକୁ  ଯାଉଥିବା ବେଳେ  ପ୍ରେମିକ ବାଣୀବାହର ଶନି ମନ୍ଦିର ନିକଟରେ ପ୍ରେମିକାକୁ ଦେଖିଥିଲେ। ଅନ୍ୟ ଜଣେ ଯୁବକଙ୍କ ଗାଡ଼ିରେ ଯାଉଥିବା ଦେଖି ସେ ଭାବିଲେ  ପ୍ରେମିକା ଜଣକ ଅନ୍ୟଯୁବକ ସହିତ  ସମ୍ପର୍କରେ ଅଛି।  ତେଣୁ ଏହାକୁ ସହି ନପାରି  ହଠାତ୍  ପ୍ରେମିକାଙ୍କ ପାଖକୁ ଯାଇ ପଚାରିଥିଲେ ଇଏ ଯୁବକ କିଏ? ପ୍ରେମିକା କହିଥିଲେ ଏ ହେଉଛନ୍ତି ମୋ ଭିଣୋଇ।  କିନ୍ତୁ ପ୍ରେମିକ ମାନିବା ପାଇଁ ପ୍ରସ୍ତୁତ ନଥିଲେ।କିଛି ନଶୁଣି ନବୁଝି  ଖରାପ ଭାଷାରେ ଗାଳି ଗୁଲଜ କରିବା ସହିତ ହାତ ମୋଡ଼ି ବାଡେଇବା ଆରମ୍ଭ କରିଥିଲେ ।

ସେଠାରେ ଜନସାଧାରଣ ଓ ପୋଲିସ ପହଞ୍ଚି ପ୍ରେମିକାଙ୍କୁ ଉଦ୍ଧାର କରିଥିଲେ ଓ ମାଡ଼ ମାରିଥିବା ପ୍ରେମିକଙ୍କୁ କାବୁ କରି ଥାନାକୁ ଆଣିଥିଲେ।ପରେ ଜାଣିବାକୁ ମିଳିଥିଲ.କି ପ୍ରେମିକଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଓ ତାଙ୍କ ଘର କେନ୍ଦ୍ରପଡା ଜିଲ୍ଲାର ପାଟକୁରା ଥାନା ଗୋଗେଇ ଗାଁରେ। ଗୋବିନ୍ଦ ଚନ୍ଦ୍ର ଓ ପ୍ରେମିକାର ଘର ନୟାଗଡ କଣ୍ଟିଲୋ ଅଞ୍ଚଳରେ ।

 

ଗୋବିନ୍ଦ ଚନ୍ଦ୍ର ଓ ଯୁବତୀଙ୍କ ମଧ୍ୟରେ  କିଛି ବର୍ଷ ହେଲା ସମ୍ପର୍କ ଗଢିଉଠିଥିଲା।ଆଉ ଏମାନେ ଭୁବନେଶ୍ୱ.ରେ ଗୋଟିଏ ବର୍ଷ ଏକାଠି ଘର ଭଡ଼ା ନେଇ ରହିଥିଲେ। ପର ମୁହୂର୍ତ୍ତରେ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହିତ ଯିବା ଦେଖି ସହିପାରିନଥିଲେ ଯୁବକ ଜଣକ।   ଯାହା ଫଳରେ ଏଭଳି କାଣ୍ଡ ଘଟାଇଥିଲେ। ଏ ଘଟଣା ପରେ ପ୍ରେମିକା ଥାନାରେ ଏତଲା ଦେଇଥିଲେ।ପ୍ରେମିକାଙ୍କ ଏତଲା ଆଧାରରେ ପ୍ରେମିକ ଗୋବିନ୍ଦ ଚନ୍ଦ୍ରକୁ ସହିଦ ନଗର ଥାନାରେ ଅଟକ ରଖିଛି ପୋଲିସ।