ପ୍ରେମିକ ସାଜିଲା ହାଇଟେକ୍ ଭିକାରୀ : ପ୍ରେମିକାଙ୍କୁ ପିଜା ବର୍ଗର ଖୋଇବାକୁ ଭିକ ମାଗୁଛି ଯୁବକ

lover beggerସମ୍ବଲପୁର : ଅକ୍ଷମ ବ୍ୟକ୍ତିମାନେ ବଂଚି ରହିବା ପାଇଁ ଭିକ୍ଷା ବୃତ୍ତି କରନ୍ତି । କେହିକେହି ଅଳସୁଆପଣରୁ କାମ ନକରି ଭିକ ମାଗି ଚଳନ୍ତି । ଏହି ଦୁଇ ପ୍ରକାର ଭିକାରୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରେମିକା ପାଇଁ କେହି ଯୁବକ ଭିକ ମାଗିବା ଆପଣ ଜାଣିଛନ୍ତି କି ? ଏମିତି ଏକ ଘଟଣା ସମ୍ବଲପୁର ସହରରେ ଦେଖିବାକୁ ମିଳିଛି । ତାହା ପୁଣି ହାଇଟେକ୍ ଢଙ୍ଗରେ । ପାଖରେ ଲାପଟପ୍ ରଖି ଭିକ ମାଗୁଛନ୍ତି ଯୁବକ ।

ଲାପଟପ୍ ପାଖରେ ଭିକ୍ଷାଥାଳ ବି ରହିଛି । କେହି କେମିତି ପଇସା ବି ପକାଉଛନ୍ତି । ପ୍ରେମିକା ପାଇଁ ରାସ୍ତା କଡରେ ବସି ଭିକ ମାଗୁଛନ୍ତି ଯୁବକ । ପ୍ରେମିକାଙ୍କର ଯେଉଁ ଆବଶ୍ୟକତା ପୂରଣ କରିବାକୁ ଭିକ ମାଗୁଛନ୍ତି ତାହା ଜାଣିଲେ ଆପଣଙ୍କୁ ଆହୁରି ଆଶ୍ଚର୍ୟ୍ୟ ଲାଗିବ । ପ୍ରେମିକାଙ୍କୁ ପିଜା ବର୍ଗର ଖୁଆଇବା ପାଇଁ ଭିକ ମାଗୁଛନ୍ତି ଏହି ଯୁବକ । ଏହି ଦୃଶ୍ୟ ହେଉଛି ସମ୍ବଲପୁର ସହରର ମା ସମଲେଶ୍ୱରୀ ମନ୍ଦିରପାଖ । ଗତକାଲି ଏହି ଯୁବକ ଜଣଙ୍କ ଏଠାରେ ବସି ଭିକ ମାଗୁଥିଲେ । ତେବେ ଯୁବକଙ୍କ ବିଷୟରେ କୌଣସି ସଠିକ ସୂଚନା ମଳିପାରି ନାହିଁ । ସେ ଏକ ଇଂଜିନିୟରିଂ କଲେଜ ଛାତ୍ର ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.