ରାଜଧାନୀରେ ଚାଞ୍ଚଲ୍ୟ: ମା’ର ଅନୈତିକ ସମ୍ପର୍କ ଦେଖି ଦେବାରୁ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ଏହାକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଲା ପ୍ରେମିକ । ବନ୍ଦ ଘରେ ଦୁଇ ପିଲାଙ୍କୁ ତିନିଦିନ ଧରି ଗରମ ଚିମୁଟାରେ ଚେଙ୍କ ଦିଆଯାଉଥିଲା । ଏ ପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ବସ୍ତିରେ ଘଟିଛି । ଏହି ଘଟଣାରେ ପୋଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାଙ୍କ ପ୍ରେମିକ ଗୁଡ଼ୁ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ ବାପା ଅନୁପସ୍ଥିତିରେ ମା’ ପର ପୁରୁଷ ସହ ପ୍ରେମ ସମ୍ପର୍କ ରଖିଥିଲା । ଯାହାକୁ ବରଦାସ୍ତ କରି ପାରିଲେନି ଭାଇ ଭଉଣୀ । କଥାକୁ ବିରୋଧ କରିବାରୁ ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ଚେଙ୍କ ଦେଲା ମାଆ । ଏପରିକି ସେମାନଙ୍କୁ ଗୋଟିଏ ରୁମ୍‌ରେ ବନ୍ଦ କରି ୩ ଦିନ ହେଲାଣି ଗରମ ଚିମୁଟାରେ ଚେଙ୍କ ଦେଇଆସୁଥିଲା । ଫଳରେ ପିଲା ଦୁଇ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଛି । ଯନ୍ତ୍ରଣା ଅସହ୍ୟ ହେବାରୁ ଏନେଇ ସେମାନେ ପାଟି ଫିଟାଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ ପିଲାଙ୍କୁ ଉଦ୍ଧାର କରି ବୟାନ ରେକର୍ଡ କରିବା ସହ ମାଆକୁ କାବୁ କରିଛି। ସେପଟେ ଚିମୁଟାରେ ତତଲା ଚେଙ୍କ ଦେଇଥିବା ପ୍ରେମିକକୁ ଧରିବା ପାଇଁ ଚଢାଉ ଜାରି ରଖିଛି ମୈତ୍ରୀ ବିହାର ଥାନା ପୋଲିସ।

 

 

You might also like