ସନ୍ଦେହୀ ପ୍ରେମିକର ନୃଶଂସ କାଣ୍ଡ: ଅନ୍ୟ ଯୁବକଙ୍କ ସହ କଥା ହେବାରୁ ପେଟ୍ରୋଲ ଢାଳି ପ୍ରେମିକାକୁ ଜାଳିଲା
ନୃଶଂସ ପ୍ରେମିକ। ଅନ୍ୟ ଜଣେ ଯୁବକଙ୍କ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା । ତଣ୍ଟି ଚିପି ହତ୍ୟା ପରେ ଗଛରେ ଝୁଲାଇ ପେଟ୍ରୋଲ ଢାଳି ପୋଡିଦେଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ବଳିପାଲିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ।

ସୁବର୍ଣ୍ଣପୁର (କେନ୍ୟୁଜ): ନୃଶଂସ ପ୍ରେମିକ । ଅନ୍ୟ ଜଣେ ଯୁବକଙ୍କ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା। ତଣ୍ଟି ଚିପି ହତ୍ୟା ପରେ ଗଛରେ ଝୁଲାଇ ପେଟ୍ରୋଲ ଢାଳି ପୋଡିଦେଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ବଳିପାଲିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲାଉବାହାଲ ଗାଁର ମନ୍ଦାକିନୀ ପଟନିଆଁ ।
ବଳିପାଲି ଗାଁର ଲିଙ୍ଗ ଦେହୁରୀଙ୍କ ସହ ମନ୍ଦାକିନୀଙ୍କ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ତେବେ ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଥିବା ନେଇ ସନ୍ଦେହ କରିଥିଲେ । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଲିଙ୍ଗ ରାଗିଯାଇ ମନ୍ଦାକିନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପ୍ରଥମେ ଗଛରେ ଝୁଲାଇ ଦେବା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଥିଲା । ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।