ଶ୍ରଦ୍ଧା ଓ୍ଵାକର୍‌ ଘଟଣାର ରିପିଟ୍‌: ୫୦୦ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ ଜହ୍ଲାଦ ପ୍ରେମିକକୁ ଗିରଫ କଲା ସୁରତ ପୋଲିସ୍

କେନ୍ୟୁଜ୍: ଶ୍ରଦ୍ଧା ଓ୍ଵାକର୍‌ ଘଟଣାର ରିପିଟ୍‌ । ପ୍ରେମିକାକୁ ୪୯ ଥର ଛୁରୀ ଭୁସିଲା ପିଶାଚ ପ୍ରେମିକ । ଓଡ଼ିଆ ଯୁବତୀଙ୍କୁ ଗୁଜରାଟର ସୁରତରେ ନୃଶଂସ ହତ୍ୟା । ବିବାହ କରିବାକୁ ବାଧ୍ୟ କରିବାକୁ ଗର୍ଲଫ୍ରେଣ୍ଡ ଅତି ନିର୍ମମ ଭାବରେ ହତ୍ୟା କରିଛି ଜହ୍ଲାଦ ପ୍ରେମିକ । ସୁରତର ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଦିଲ୍ଲୀରେ ଲିଭ୍‌ ଇନ୍‌ ପାର୍ଟନର ଶ୍ରଦ୍ଧା ହତ୍ୟା ମାମଲା ମନରୁ ନଲିଭୁଣୁ ସମାନ ଅପରାଧ ସୁରତରୁ ସାମନାକୁ ଆସିଛି । ମୃତକ ହେଲେ ଭୁବନେଶ୍ୱରର ଲୁନି ଦାସ । ଜହ୍ଲାଦ ପ୍ରେମିକ ଜଗନ୍ନାଥ ଗୌଡ଼କୁ ଗିରଫ କରିଛି ସୁରତ ପୋଲିସ । ଲୁନି ଦାସଙ୍କ ରକ୍ତାକ୍ତ ମୃତଦେହ ସୁରତ ଅଞ୍ଜଳି ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ପାଖରୁ ଉଦ୍ଧାର ହୋଇଥିଲା । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ । ୫୦୦ ସିସିଟିଭି ଫୁଟେଜ୍‌ ଓ ସିଡିଆର୍‌ ଯାଞ୍ଚ ପରେ ଅଭିଯୁକ୍ତକୁ ଗିରଫ କରିଛି କରାଯାଇଛି ।

ଲୁନି ଓ ଜଗନ୍ନାଥ ଭିତରେ ୩ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ବିବାହ କରିବାକୁ ବାଧ୍ୟ କରୁଥିଲା ଲୁନି । ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ଜଗନ୍ନାଥ । ଦୁଇ ସୁପ୍ତାହ ତଳେ ଭୁବନେଶ୍ୱରରେ ପହଞ୍ଚିଥିଲା ଅଭିଯୁକ୍ତ । ଲୁନିଙ୍କୁ ସାଙ୍ଗରେ ଧରି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ସୁରତ ଯାଇଥିଲା । ମାରିବାକୁ ଯୋଜନା କରିଥିବା ସ୍ଥାନକୁ ନେଇଥିଲା ଜଗନ୍ନାଥ । ସେଠାରେ ୪୯ ଥର ଛୁରୀ ଭୁସି ଲୁନିଙ୍କୁ ହତ୍ୟା କରିଥିଲା । ସୁରତ ପୋଲିସ ଉପାୟୁକ୍ତ କହିଛନ୍ତି, ହତ୍ୟାର କୌଣସି ସୁରାକ ନଥିଲା । ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ । ହତ୍ୟା କରିବା ବେଳେ ଜଗନ୍ନାଥ ପ୍ରବଳ ନିଶାସକ୍ତ ଥିଲା । ରାଗରେ ଜଳୁଥିଲା । ଲୁନି ତାକୁ ମାନସିକ ଭାବରେ ନିର୍ଯାତନା ଦେଉଥିବାରୁ ଏଭଳି କାଣ୍ଡ କରିଥିବା ପୋଲିସ ଆଗରେ କହିଛି ପିଶାଚ ପ୍ରେମିକ ଜଗନ୍ନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like