ଟ୍ରେନ୍‌ ଭିତରେ ଅଶ୍ଳୀଳତାର ସୀମା ଟପିଲେ ଯୁବକ ଯୁବତୀ, ଲୋକେ ଧରି ଛେଚିଲେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଯୁବ ପିଢ଼ିର କିଛି ପିଲା ଆଉ ବାଡ଼ବତା ବି ମାନୁ ନାହାନ୍ତି । ସ୍ଥାନ କାଳ ପାତ୍ର ସେମାନଙ୍କ ପାଇଁ ଯେମିତି କିଛି ମନେ ରଖୁନାହିଁ । ସେ ରାସ୍ତା ହେଉ କି ଅଟୋରିକ୍ସା ଅବା ପାର୍କ କିମ୍ବା ବସ୍‌ ଓ ଟ୍ରେନ୍‌, ସେମାନଙ୍କ ଅଶ୍ଳୀଳ ବ୍ୟବହାର ଲୋକଙ୍କୁ ଅତିଷ୍ଠ କଲାଣି । ଆଜି ଏଭିଳି ଏକ ଘଟଣା ଘଟିଛି ହାଓଡ଼ା-ପୁରୀ ପ୍ୟାସେଞ୍ଜର ଟ୍ରେନ୍‌ରେ । ପୁରୀ ଆସୁଥିବା ବେଳେ କଟକ-ଭୁବନେଶ୍ୱର ରାସ୍ତାରେ ଏହି ଘଟଣା ଘଟିଛି । ଦୁଇଜଣ ଯୁବକ ଯୁବତୀଙ୍କୁ ଧରି ଯାତ୍ରୀମାନେ ଖୁବ୍‌ ମାଡ଼ ଦେଇଛନ୍ତି ।

ଏହି ଦୁଇଜଣ କିଶୋର କିଶୋରୀ ଟ୍ରେନ୍‌ ଭିତରେ ଅଶ୍ଳୀଳତାର ସୀମା ଟପିଥିଲେ । ତାହା ପୁଣି ସମସ୍ତଙ୍କ ଆଗରେ । ପ୍ରଥମେ ସେମାନେ ସେଲଫି ନେଉଥିଲେ । ହେଲେ ପରେ ଏଭଳି କାମ କରିବାକୁ ଲାଗିଲେ ଯେ ଅନ୍ୟମାନେ ଏଥିରେ ଲଜ୍ଜିତ ହେଲେ । ଏମିତିକି ସାମନା ସିଟ୍‌ରେ ବସିଥିବା ବୟସ୍କ ଲେକେ ମଧ୍ୟ ସେମାନଙ୍କୁ ବାରଣ କରିଥିଲେ । ହେଲେ ଯେମିତି ସେମାନେ ଶୁଣିବା ସ୍ଥିତିରେ ନଥିଲେ । ଏହାପରେ ବଗିରେ ଥିବା ଲୋକେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ମାରପିଟ କରିଥିଲେ । କିଛି ଲୋକ ଏହି ଘଟଣାର ଭିଡିଓ ମଧ୍ୟ ବନାଇଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସ୍‌ରେ କୌଣସି ଅଭିଯୋଗ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.