ଗଞ୍ଜାମ: ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତ ଦେହ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ଅନ୍ତର୍ଗତ ପଦ୍ମପୁର ଗାଁ ନିକଟରେ ଥିବା ଗଛରୁ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଉଭୟ ସେହି ଗାଁର ବାସିନ୍ଦା ବୋଲି ଜଣାଯାଇଛି । ପ୍ରେମିକା ଜଣଙ୍କ ନାବାଳିକା ହୋଇଥିବା ବେଳେ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ କାଲି ଠାରୁ ସେମାନେ କେଉଁ ଆଡେ ନିଖୋଜ ହୋଇଯାଇଥିବା ବେଳେ ଆଜି ସକାଳୁ ସେମାନଙ୍କ ମୃତ ଦେହ ଗାଁ ମୁଣ୍ଡ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

 

Leave A Reply

Your email address will not be published.