କାହିଁକି ମଲେ ଉମେଶ ଓ ଜ୍ୟୋତ୍ସ୍ନା ?

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଲୁମ୍ବିନୀ ବିହାରରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରୁ ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଯୁବକ ଯୁବତୀ ମୟୁରଭଞ୍ଜ ଜିଲ୍ଲା କୁରକୁଟିଆ ଗାଁରେ । ମୃତକ ହେଉଛନ୍ତି ଉମେଶ ମାହାଲି ଓ ଜ୍ୟୋତ୍ସ୍ନା ମାହାଲି ।

ଉମେଶ ଭୁବନେଶ୍ବରରେ ଜଣେ ରାଜମିସ୍ତ୍ରୀଙ୍କ ଅଧୀନରେ ଦିନ ମଜୁରିଆ ଭାବେ କାମ କରୁଥିଲା । ତେବେ ସେ ଜ୍ୟୋତ୍ସ୍ନାଙ୍କୁ ଭଲ ପାଇ ଏଠାକୁ ନେଇ ଆସିଥିଲା । ସେହି ନିର୍ମାଣାଧୀନ ଆପାର୍ଟମେଣ୍ଟର ଏକ କୋଠରୀରେ ସେମାନେ ରହୁଥିଲେ । ତେବେ ଝିଅକୁ ଖୋଜି ଖୋଜି ତାଙ୍କ ପରିବାର ଲୋକେ ଆସି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଅସଲ ଡ୍ରାମା।

ଉମେଶ ଝିଅଟିକୁ ଘର ଭିତରେ ରଖି କବାଟ ଦେଇଦେଲା । ସମସ୍ତେ କବାଟ ବାଡ଼େଇବାରୁ ଜ୍ୟୋତ୍ସ୍ନା ବେକରେ ଛୁରୀ ଲଗାଇ ମାରି ଦେବାକୁ ଧମକ ଦେଇଥିଲା । ଏହା ଦେଖି ପରିବାର ଲୋକେ ପୋଲିସର ଆଶ୍ରୟ ନେବାକୁ ବାହାରିଲେ । ଫଳରେ ରାଜମିସ୍ତ୍ରୀ ଉମେଶ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଏହା ପରେ ପ୍ରେମୀ ଯୁଗଳ ବନ୍ଦ ଘର ଭିତରେ ଝିଅର ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଉମେଶ ଓ ଜ୍ୟୋତ୍ସ୍ନ ହେଛନ୍ତି ସମ୍ପର୍କୀୟ । ପୁଣି ଝିଅଟି ନାବାଳିକା । ଏସବୁ କାରଣୁ ସେମାନଙ୍କ ପ୍ରେମରେ ପ୍ରତିବନ୍ଧକ ଦେଖା ଦେଇଥିଲା । ଚନ୍ଦ୍ରଶେଖରପୁର ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । କାରଣ ଖୋଜୁଛି କଣ ପାଇଁ ସେମାନେ ଆତ୍ମହତ୍ୟା କରିଛନ୍ତି ।

You might also like