ଭାଲେଣ୍ଟାଇନ୍‌ ସପ୍ତାହରେ କାହିଁକି ଜଣକ ପରେ ଜଣେ ଫାଶୀ ଦେଇ ମରିଗଲେ ଯୁବକ ଓ ଯୁବତୀ?

ଜଗତସିଂହପୁର (କେ ନ୍ୟୁଜ୍‌) : ପ୍ରଥମେ ଜଣେ ପୁଅ ମରିଗଲା ଆଉ ତା ପରେ ଜଣେ ଝିଅ ବି ମରିଗଲା । ଇଏ କେଉଁ କାହାଣୀ ନୁହେଁ, ସତ ଘଟଣା । ଏବେ ଭାଲେଣ୍ଟାଇନ୍‌ ସପ୍ତାହରେ ପ୍ରେମିକ ପ୍ରେମିକା କେତେ ଉପହାର ଆଦି ଦିଆନିଆ ହେଉଥିବା ବେଳେ ଜଗତସିଂହପୁର ବାଲିକୁଦା ଥାନା ଚଷପଡ଼ା ଗାଁରେ ଘଟିଛି ବଡ଼ ଅଘଟଣ । ଉପେନ୍ଦ୍ରନାଥ ସ୍ୱାଇଁଙ୍କ ପୁଅ ବିରଜା ସ୍ୱାଇଁ ଘର ପାଖ ଏକ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ଜଣାପଡ଼ିବାର କିଛି ସମୟ ପରେ ବିକ୍ରମ ମହାରଣାଙ୍କ ଝିଅ ଯାଜ୍ଞଶ୍ରୀ ଘରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ ।

DEADBODY-2ପୋଲିସ୍‌ ଦୁଇଟିଯାକ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତେବେ ବିରଜା ଓ ଯାଜ୍ଞଶ୍ରୀଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ଥିଲା ନା ଏହା ଏକ ସଂଯୋଗ ସେ ନେଇ ପୋଲିସ୍‌ ତଦନ୍ତ କରୁଛି । ହେଲେ ଦୁହିଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ଚାଲିଛି । ତେବେ ଆତ୍ମହତ୍ୟାର କାରଣ ନେଇ ପୋଲିସ୍‌ ତଦନ୍ତ ଚଳାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.