ଆଉ ଏକ ଲଘୁଚାପ : ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର : ପୁଣି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଏହାର ପ୍ରଭାବରେ ଉତ୍ତର-ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ଅନୁମାନ କରାଯାଇଛି । ବର୍ଷା ପାଇଁ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର ଓ କଟକ ଜିଲ୍ଲା ପାଇଁ ଆଲର୍ଟ ଜାରି ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଡେପୁଟି SRC ସୂଚନା ଦେଇଛନ୍ତି । IMD ସୂଚନା ଅନୁଯାୟୀ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ଥିବା ଡେପୁଟି SRC ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।