ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଅବପାତର ରୂପ, ଓଡ଼ିଶା ଉପରେ ନାହିଁ ଏହାର କୌଣସି ପ୍ରଭାବ

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଅବପାତର ରୂପ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।

ଶ୍ରୀଲଙ୍କା ଓ ଦକ୍ଷିଣ ଭାରତ ଉପକୂଳ ଛୁଇଁବା ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଡିସେମ୍ବର ୨ତାରିଖ ବେଳକୁ ଏହା ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପହଞ୍ଚିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

You might also like