ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ତାମିଲନାଡ଼ୁ ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ ବାତ୍ୟା ଫେଙ୍ଗାଲ
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ଏହା ଅବପାତର ରୂପ ନେବ । ପରେ ଅଧକ ଘନିଭୂତ ହୋଇ ଏହା ତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ଫେଙ୍ଗାଲ । ଏହା ତାମିଲନାଡ଼ୁ ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । ତେବେ ଉପକୂଳ ଅତିକ୍ରମ କରିବା ପୂର୍ବରୁ ଦୁର୍ବଳ ହୋଇପାରେ ବାତ୍ୟା । ତେବେ ସମ୍ଭାବ୍ୟ ବାତ୍ୟାର ଓଡ଼ିଶା ଉପରେ ପ୍ରଭାବ ରହିବ ନାହିଁ ।