ବଙ୍ଗୋପସାଗରରେ ଲଘୁଚାପ ! ଆଜି ଓ ଆସନ୍ତାକାଲି ଓଡି଼ଶାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ପଛକୁ ପଛ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ୧୨ ତାରିଖରେ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ତାମିଲନାଡୁ ଓ କେରଳରେ ଭାରୀ ବର୍ଷା ସମ୍ଭାବନା ରହିଛି । ଉପକୂଳ ଆନ୍ଧ୍ର ପ୍ରଦେଶରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।
୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ । ୨୪ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି । ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି । ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡି଼ଶାରେ ବର୍ଷା ହେବ । କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ । ୯ରୁ ଥଣ୍ତା ବଢିବ । ୧୦ ଓ ୧୧ ରେ ଅଧିକ ଥଣ୍ତା ଅନୂଭୁତ ହେବ । ଗୋଟେ ଲଘୁଚାପ ଯିବା ପରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା ରହିଛି ।