ଆସନ୍ତାକାଲି ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ୮ରେ ଅବପାତ ସମ୍ଭାବନା, ଓଡ଼ିଶା ମୁହାଁ ହେବ କି ନାହିଁ ଏବେ ବି ଅସ୍ପଷ୍ଟ

ଭୁବନେଶ୍ବର (କେନ୍ୟୁଜ): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ। ଆସନ୍ତାକାଲି ସୁଦ୍ଧା ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୮ ତାରିଖ ସକାଳ ସୁଦ୍ଧା ଏକ ଅବପାତରେ ପରିଣତ ହେବ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ମିଳିନି।

ଆନ୍ଧ୍ର-ଓଡ଼ିଶା ଉପକୂଳଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ବିଶେଷ ପ୍ରଭାବ ପଡିପାରେ । ସମ୍ଭାବ୍ୟ ବାତ୍ୟା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିନି ଆଇଏମଡି । ଲଘୁଚାପ ହେବା ପରେ ଏହାର ଗତିପଥ ତୀବ୍ରତା ନେଇ ଚିତ୍ର ମିଳିବ। ମାତ୍ର ଏହା ଓଡ଼ିଶା ମୁହାଁ ହେବ କି ନାହିଁ ଏବେ କହି ହେବନାହିଁ।

 

 

Leave A Reply

Your email address will not be published.