ପୁଣି ଓଡ଼ିଶାକୁ ବାତ୍ୟା ଭୟ, ୩୦ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ବିଭିନ୍ନ ପାଣିପାଗ ସଂସ୍ଥା ସାଇକ୍ଲୋନ ଅନୁମାନ କରୁଛନ୍ତି । ୩୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଓ୍ଵିଣ୍ଡିର ୟୁରୋପିଆନ୍‌ ମେଡଲ୍‌ ECMWF ଦର୍ଶାଉଛି, ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ ।

ଅନ୍ୟପଟେ ଓ୍ଵିଣ୍ଡିର GFS ମଡେଲ ଦର୍ଶାଉଛି, ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନିକଟରେ ଅତିକ୍ରମ କରିପାରେ । ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ସ୍ଥଳଭାଗ ଛୁଇଁପାରେ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ନେଇ ସଠିକ ସୂଚନା ମିଳିପାରେ । ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନି । ଆଇଏମଡି କହିଛି, ୩୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ଡିସେମ୍ବର ୨ ତାରିଖରେ ହେବ ଡିପ୍ରେସନ୍‌ । ଲଘୁଚାପ ସୃଷ୍ଟି ହେଲେ ଜଣା ପଡ଼ିବ ଗତିପଥ ଓ ତୀବ୍ରତା । ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖରୁ ଓଡ଼ିଶା ଉପକୂଳରେ ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.