ଅବପାତରେ ପରିଣତ ହେଲା ଲଘୁଚାପ : ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆର୍ଲଟ

ଭୁବନେଶ୍ୱର (କେନ୍ୟୁଜ): ଅବପାତରେ ପରିଣ ହେଲା ସୁଦୃଶ୍ୟ -ଲଘୁଚାପ କ୍ଷେତ୍ର । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା: ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା ବେଳେ , ରାଜ୍ୟରେ ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ଟିସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଚିକିଟିରେ ୧୮୫ ମିଲିମଟର ବର୍ଷା ରେକର୍ଡ ହୋଇଛି । କେନ୍ଦୁଝର ଚମ୍ପୁଆରେ ୧୪୨ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆଜି ସମସ୍ତ ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବ । ୪ ଜିଲ୍ଲା ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବରଗଡ଼କୁ ଦିଆଯାଇଛି ରେଡ୍‌ ୱାର୍ଣ୍ଣିଂ । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ସତର୍କତା ଦିଆଯାଇଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ରହିବା ସହ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ । େଓ୍ଵଲ୍‌ ମାର୍କଡ ଲୋ ପ୍ରେସର ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ୧୧ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

୧୨ ତାରିଖ ବେଳକୁ ବର୍ଷା ପରିମାଣ କମିବ । ୧୩ରୁ ପୁଣି ଲଘୁଚାପ ବର୍ଷା ହୋଇପାରେ । ପୁଣି ଲଘୁଚାପ ବର୍ଷା ହେଲେ ବନ୍ୟା ସ୍ଥିତି ଉପୁଜିପାରେ । ମାଲକାନଗିରିରେ ଆକସ୍ମିକ ବନ୍ୟା ସ୍ଥିତି ଦେଖାଦେଇଛି । ଦକ୍ଷିଣ ଓଡ଼ିଶାରେ ନାଗାବଳୀ, ବଂଶଧାରା, ଋଷିକୁଲ୍ୟା ଅବବାହିକାରେ ଭଲ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.