ତାତିରୁ ମିଳିବ ତ୍ରାହି, ୫ରେ ହୋଇପାରେ ଲଘୁଚାପ

ଭୁବନେଶ୍ବର(କେନ୍ୟୁଜ୍):  ତାତିରୁ ମିଳିବ ତ୍ରାହି, ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା।ଆସନ୍ତା ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟାରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସୃଷ୍ଟିର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ଥିଲା ।

୮ ସହରରେ ତାତି ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ।ରାଜ୍ୟର ୨୫ ସହରରେ ଦିନର ତାତି ୪୦ ଡ଼ିଗ୍ରୀ କିମ୍ବା ଅଧିକ ଉପରେ ରେକର୍ଡ ହୋଇଥିଲା ୧୩ ସହରରେ ତାତି ୪୩ ଡ଼ିଗ୍ରୀ ଉପରେ ଥିଲା ବେଳେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ ଲାଗିରହିିବ । ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୯ ଡିଗ୍ରୀ ଅଛି । ଆଜି ଭୁବନେଶ୍ବର ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.