ସୃଷ୍ଟି ହେଲା ଲଘୁଚାପ, ୧୫ ତାରିଖ ସକାଳେ ଅବପାତରେ ପରିଣତ ହେବ

(କେନ୍ୟୁଜ): ସୃଷ୍ଟି ହେଲା ଲଘୁଚାପ। ବାତ୍ୟା ପରେ ରାଜ୍ୟରେ ପ୍ରଭାବିତ ହେଉଛି ଶୀତ। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର କେରଳ ଓ କର୍ଣ୍ଣାଟକ ଉପକୂଳରେ ଏହି ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଲଘୁଚାପ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହେବ। କାଲି ସକାଳେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ଆରବ ସାଗରରେ ହେବ େଓ୍ଵଲ ମାର୍କଡ ଲୋ ପ୍ରେସର । ଏହା ଅଧିକ ଘନୀଭୂତ ହୋଇ ୧୫ ତାରିଖ ସକାଳେ ଏକ ଅବପାତରେ ପରିଣତ ହେବ । ଏଥିପାଇଁ କାଲିଠାରୁ ୧୭ ତାରିଖ ଯାଏ ପୂର୍ବ କେନ୍ଦ୍ରୀୟ ଆରବ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଡିସେମ୍ବରରେ ପଛକୁ ପଛ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି ।

ସ୍ୱାଭାବିକ ଠାରୁ ଅଧିକ ରହୁଛି ରାତି ତାପମାତ୍ରା । ଅନେକ ସ୍ତାନରେ ପାରଦ ଉପରମୁହାଁ ହୋଇଛି। ଗାଏବ ହୋଇଛି ଶୀତ। ଏପରିକି ୩.୫ ଡିଗ୍ରୀରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ରାତି ତାପମାତ୍ରା, ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୮.୨ ଡିଗ୍ରୀ ବଢ଼ି ୧୭.୫ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୮.୧ଡିଗ୍ରୀ ସେଲସିୟସ ବଢ଼ି ୨୧ ଡିଗ୍ରୀରେ ପହଞ୍ଚିଛି ତାପମାତ୍ରା, ୩.୮ ଡିଗ୍ରୀ ବୃଦ୍ଧି ପାଇଁ ୧୮.୪ ଡିଗ୍ରୀ କଟକରେ ରହିଥିବାବେଳେ, ୩.୫ ଡିଗ୍ରୀ ବୃଦ୍ଧି ଘଟି ୧୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ରାଜଧାନୀ ତାପମାତ୍ରା ।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ଅନୁଭୂତ ହୋଇଛି ଘନ କୁହୁଡ଼ି। ବିବିନ୍ନ ସ୍ଥାନରେ ଦୃଶ୍ୟମାନ ଦୂରତା ୧୦୦ ମିଟର ତଳେ ରେକର୍ଡ ହୋଇଛି। ଭୁବନେଶ୍ୱର, କଟକ,ଚାନ୍ଦବାଲି ଓ ପାରାଦୀପରେ ୫୦ ମିଟର,ଦୃଶ୍ୟମାନ ଦୂରତା ରହିଥିବାବେଳେ ପୂରୀରେ ୮୦ ମିଟର ରହିଛି ଦୃଶ୍ୟମାନ ଦୂରତା । ଉପକୂଳ ସହିତ ଆଗାମୀ ୩ ଦିନ ପର୍ଯ୍ୟନ୍ତ କନ୍ଧମାଳ, ଅନଗୁଳ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ମାଲକାନାଗିରି, ବଲାଙ୍ଗିର ଓ ସୋନପୁର ଜିଲ୍ଲା ଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.