ଛତିଶଗଡ଼ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ରାଜ୍ୟରେ କମିବ ବର୍ଷାର ପରିମାଣ

ଛତିଶଗଡ଼ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଏହାଦ୍ୱାରା ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ। ଆଜି ରାଜ୍ୟରେ କେତେକ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଅନେକ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ହେବ। ଅନ୍ୟପଟେ ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।

ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୯ ତାରିଖରୁ ପୁଣି ଥରେ ବର୍ଷା ବଢ଼ିବ ବୋଲି କହିଛି ପାଣିପାଗ ବିଭାଗ । ସେପ୍‌ଟେମ୍ବର ୧ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୬୦.୮ ମିଲମିଟର ବର୍ଷା ହୋଇଛି। ୭ ଦିନ ମଧ୍ୟରେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.