ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷିବ : ସମ୍ଭାବ୍ୟ ବନ୍ୟା ପାଇଁ ସବୁ ଜିଲ୍ଲାକୁ ଏସ୍ଆରସିଙ୍କ ସତର୍କ ନିର୍ଦ୍ଦେଶ

ଭୁବନେଶ୍ବର : ପ୍ରବଳ ବର୍ଷା । ଆଗକୁ ବନ୍ୟା ପରିସ୍ଥିତି ଆଶଙ୍କା । ଆହୁରି ଦୁଇ ଦିନ ଏପରି ଲଗାଣ ବର୍ଷା ଜାରି ରହିବ । ଗଞ୍ଜାମ ଏବଂ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ, ସଙ୍ଗେ ସଙ୍ଗେ ଏସ୍ଆରସିଙ୍କ କାର୍ୟ୍ୟାଳୟକୁ ଜଣାଇବାକୁ କୁହାଯାଇଛି । ମତ୍ସଜୀବୀଙ୍କୁ ସମୂଦ୍ର ମଧ୍ୟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ । ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି । ଏବଂ ସବୁ କଂଟ୍ରୋଲ ରୁମ ସହ ସମନ୍ୱୟ ରଖଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
ଅନ୍ଯପଟେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ । ଜିଲ୍ଲାର ପାଙ୍ଗାମ୍, ଏମ୍ଭି-୩୭, କେରୁକୋଣ୍ଡା, ପଟେରୁ, କାଙ୍ଗୁରକୋଣ୍ଡା ପୋଲ ଉପରେ ୫ ପୁଟର ପାଣି । ଫଳରେ ଜୟପୁରରୁ ମାଲାକାନଗିରି, ବାଲିମେଳାରୁ ମାଲକାନଗିରି ଓ କାଲିମେଳାରୁ ମାଲକାନଗିରିରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେପଟେ ବର୍ଷା ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ । ବାଲେଶ୍ୱର, ମୟୂରଭଞ୍ଜ ଓ ସୋରରେ ବଜ୍ରପାତରେ ଏକାଧିକ ଲୋକଙ୍କ ଜୀବନ ଯାଇଛି।