୨୨ ବେଳକୁ ଲଘୁଚାପ ! ୨୪ରେ ଅବପାତରେ ପରିଣତ ହେବା ସମ୍ଭାବନା

ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତିକରିବା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପଟେ ରାଜ୍ୟକୁ ପୁଣି ଲେଉଟିବ ତାତି। ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ମିଳିବନି ନିସ୍ତାର। ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ଓ ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ଥିବାରୁ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ପାଇବ। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ତାତି ସହ ଓ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ। ୨୨ ତାରିଖ ସକାଳ ଯାଏଁ ହିଟ୍ ୱେବ୍ ସ୍ଥିତି ରହିବ ବୋଲି ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.