ଆସନ୍ତା ୧୬ରୁ ଲଘୁଚାପ ବର୍ଷା

ଭୁବନେଶ୍ବର (କେନ୍ୟୁଜ୍) : ପ୍ରବଳ ଗୁଳୁଗୁଳିରେ ସାରା ରାଜ୍ୟ ନୟାନ୍ତ । ଦିନରେ ଟାଣ ଖରା ବି ଦାଉ ସାଧୁଛି । ତେବେ ଏଇ ଗୁଳୁଗୁଳି ଆଉ ଏକ ଲଘୁଚାପକୁ ନିମନ୍ତ୍ରଣ ଦେଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ୧୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । କିନ୍ତୁ ଘୂର୍ଣ୍ଣିବଳୟ ଯୋଗୁଁ ଦୁଇ ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହୋଇ ପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like