ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ବାତ୍ୟା ଆକଳନ କରାଯାଇ ନାହିଁ

ଆସୁଛି ଲଘୁଚାପ । ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ପ୍ରାରମ୍ଭିକ ସ୍ତରରେ ଲଘୁଚାପ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି ।  କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ। ତେବେ ବାତ୍ୟା ନେଇ ଏଯାଏ କୌଣସି ଆକଳନ କରାଯାଇ ନାହିଁ ।  ଭୟଭୀତ ନ ହେବାକୁ କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଲଘୁଚାପ । ଆସନ୍ତା ୨୨ ତାରିଖ ବେଳକୁ ଲଘୁଚାପ ହେବା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରାରମ୍ଭିକ ସ୍ତରରେ ଲଘୁଚାପ ଉତ୍ତରପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ। ତେବେ ବାତ୍ୟା ନେଇ ଏଯାଏ କୌଣସି ଆକଳନ କରାଯାଇ ନାହିଁ। ଭୟଭୀତ ନ ହେବାକୁ କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

ଅନ୍ୟପଟେ ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ୨୦ ,୨୧ ଓ ୨୨ ରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

You might also like