ଦାନା ବାନ୍ଧୁଛି ଦାନା । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ବେଳକୁ ଏହା ଡିପ୍ରେସନରେ ପରିଣତ ହେବ । ୨୩ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହେବ ।
ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମ ଉପକୂଳରେ ଲ୍ୟାଣ୍ଡଫଲ କରିବ । ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ। ପ୍ରଭାବରେ ୨୩ ରୁ ୨୫ ତାରିଖ ଯାଏ ଉପକୂଳ ଓଡ଼ିଶାରେ ଅତି ଭୀଷଣ ବର୍ଷାର ସମ୍ଭାବନା ରହିଛି ।
ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ । କିନ୍ତୁ ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା ଓ ଲ୍ୟାଣ୍ଡଫଲ ନେଇ ଆକଳନ କରାଯାଇପାରିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ। ଲଘୁଚାପ ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ । ଆଜି ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।