ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ! ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

(କେନ୍ୟୁଜ): ଆଜି ସୃଷ୍ଟି ହେବ ଲଘୁଚାପ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ ଭାରତ ଉପକୂଳମୁହାଁ ହୋଇପାରେ। ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୭ ତାରିଖ ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ । ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଆଗକୁ ଗତି କରିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ ଡିପ୍ରେସନ୍‌ । ୮ ତାରିଖ ସକାଳେ ତାମିଲନାଡୁ-ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ ସମ୍ଭାବ୍ୟ ଅବପାତ ।

ଏପଟେ ଆଜିଠୁ ଆହୁରି ବଢିବ ଜାଡ। ଆସନ୍ତା ୨ ରୁ ୩ଦିନ ଭିତରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସିବା ଯୋଗୁଁ ତାପମାତ୍ରା ହ୍ରାସ ପାଇବ। ରାତିର ତାପମାତ୍ରା ୨ରୁ ୩ ଡ଼ିଗ୍ରୀ ତଳକୁ ଖସିପାରେ । ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଚି। ଏହାସହ ଅନେକ ଞ୍ଚଳରେ ଘନ କୁହୁଡ଼ି ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.