ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ୪୮ ଘଣ୍ଟା ପରେ ଘନୀଭୂତ ହୋଇ ହେବ ଅବପାତ

ଭୁବନେଶ୍ୱର(କେନ୍ୟୁଜ):ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଆଗକୁ ଏହା ଅବପାତ ରୂପ ନେବ। ମଙ୍ଗଳବାର ଠାରୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଜି ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।

ଲଘୁଚାପ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଘନୀଭୂତ ହୋଇ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ। ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।

Leave A Reply

Your email address will not be published.