ଆଜି ଓଡ଼ିଶା ଉପକୂଳ ପହଞ୍ଚିବ ଲଘୁଚାପ, ରାଜ୍ୟରେ ତିନି ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶା ଉପକୂଳ ପହଞ୍ଚିବ ଲଘୁଚାପ । ପାର୍ବଣ ମାହୋଲକୁ ଭିଜାଇବ ବର୍ଷା । ଏକାଥରକେ ବଙ୍ଗୋପସାଗର ଓ ଆରବସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଭାଗରେ ସକ୍ରିୟ ରହିଛି । ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ପହଞ୍ଚିବ । ତେବେ ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି । ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହା ଡିପ୍ରସେନ କିମ୍ବା ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ୧୭ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିପାରେ ।

ସେପଟେ ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲାପାଳ ଏବଂ ମହାନଗର ନିଗମ ଆୟୁକ୍ତମାନେ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ (ଏସ୍‌ଆରସି) ପରାମର୍ଶ ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ରାଜ୍ୟର ୧୧ ଜିଲାରୁ ଅପସାରିତ ହୋଇଥିବାବେଳେ ଉପକୂଳ ଓଡ଼ିଶାରୁ ଫେରିନାହିଁ। ସମୁଦ୍ରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଯୋଗୁଁ ସମୁଦ୍ର ଭିତରୁ ଓଡ଼ିଶା ମଧ୍ୟକୁ ଜଳୀୟବାଷ୍ପ ପ୍ରବେଶ କରୁଛି। ଏହାଦ୍ବାରା ଉପକୂଳବର୍ତ୍ତୀ ଜିଲାଗୁଡିକରୁ ମୌସୁମି ବାୟୁ ଫେରିବାରେ ବିଳମ୍ବ ହୋଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ସ୍ବାଭାବିକ ହେବା ପରେ ମୌସୁମି ପ୍ରତ୍ୟାବର୍ତ୍ତନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.