ନିବୃତି ଡ୍ୟାମ ନିର୍ମାଣରେ ଅନିୟମିତତା ଅଭିଯୋଗ  : ଅନେକ ସ୍ଥାନରେ ଫାଟ, ଜମିକୁ ମାଡୁନି ପାଣି

ସୁବର୍ଣ୍ଣପୁର ଜିଲ୍ଲା ତରଭା ତୁଲୁଣ୍ଡା ଗାଁରେ ନିବୃତି ଡ୍ୟାମ୍‌ର କାମ ନିମ୍ନମାନର ହୋଇଥିବା ଅଭିଯୋଗ । ଡ୍ୟାମ୍‌ର ଅବସ୍ଥା ଖରାପ ଯୋଗୁ ଜମିକୁ ପାଣି ମାଡି ପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଖପାଖ ୧୦ଟି ପଞ୍ଚାୟତର ଚାଷୀଙ୍କ କ୍ଷେତକୁ ଜଳସେଚନ ଉଦ୍ଦେଶ୍ୟ ରଖି ଏହି ଡ୍ୟାମ୍‌ ନିର୍ମାଣ ହୋଇଥିଲା । ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ଡ୍ୟାମ୍‌ ଚାଷୀଙ୍କ ପାଇଁ ଫେଲ ମାରିଛି ।

୨୦୦୬-୦୭ ମସିହାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଡ୍ୟାମ୍‌ ପୁନରୁଦ୍ଧାର କରାଯାଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁ ଡ୍ୟାମ୍‌ଟି ଚାଷୀଙ୍କ କାମରେ ଆସୁନାହିଁ ।

ଚାଷଜମିକୁ ଜଳସେଚନ ହୋଇପାରୁନାହିଁ । କିନ୍ତୁ ଚାଷୀଙ୍କଠାରୁ ଜୋର୍‌ଜବରଦସ୍ତ ଜଳକର ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଚାଷୀଙ୍କ ସମସ୍ୟାକୁ ସ୍ୱୀକାର କରିଛନ୍ତି ତରଭା ତହସିଲଦାର । ସରଜମିନ ତଦନ୍ତ କରି କ୍ଷୁଦ୍ର ଜଳସେଚନ ବିଭାଗକୁ ଲିଖିତ ଭାବେ ଜଣାଇବା ସହିତ ଜଏଣ୍ଟ ଭେରିଫିକେସନ ପରେ ଜଳକର ଛଡାଯାଇପାରିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.