କେନ୍ଦୁଝର: ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ, ଲୋକମାନେ ପ୍ରତିବାଦ କରିବାରୁ କମ୍ପାନୀ କର୍ମଚାରୀଙ୍କ ଦୁର୍ବ୍ୟବହାର

କେନ୍ଦୁଝର(କେନ୍ୟୁଜ୍): ଘଟଗାଁର ଢେଙ୍କିକୋଟ ବଜାରରେ ନିମ୍ନମାନର ରାସ୍ତାକାମ ଅଭିଯୋଗ ନେଇ ଉତ୍ତେଜନା । ଲୋକମାନେ ପ୍ରତିବାଦ କରିବାରୁ କଂପାନୀ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି । ଏନେଇ ଉତ୍ତ୍ୟକ୍ତ ଲୋକ କଂପାନୀର କର୍ମଚାରୀ ସହ ମିକ୍ସର ମେସିନକୁ ଦୀର୍ଘ ୪ ଘଣ୍ଟା ଧରି ଅଟକ ରଖିଥିଲେ । କଂପାନୀ ଦ୍ୱାରା କଂକ୍ରିଟ ରାସ୍ତା ନିର୍ମାଣ ଅତି ନିମ୍ନମାନର ନେଇ ଲୋକମାନେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ହେଲେ କଂପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.