କିଛି ଦିନର ଅନ୍ତରରେ ପୁଣି ଫେରିଛି ଶୀତ, ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା

ରାଜ୍ୟରେ ହଠାତ ବଢ଼ିଥିଲା ତାତି । ଉପରମୁହାଁ ହୋଇଥିଲା ପାରଦ।  ଟାଇଁଟାଇଁ ଖରାରେ ସିଝିଥିଲା ଓଡ଼ିଶା । କିଛି ଦିନର ଅନ୍ତରରେ ପୁଣି ଫେରିଛି ଶୀତ । ୩ ରୁ ୪ ଡିଗ୍ରୀ ଖସିଛି ପାରଦ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ପାଇଛି । ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେଉଛି ।

ଆଜି ଗଞ୍ଜାମ ଗଜପତି,ନୟାଗଡ଼,ପୁରୀରେ ଘନ କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି । ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୦ ତାରିଖରେ  ଗଞ୍ଜାମ, ନୟାଗଡ଼, କଳହାଣ୍ଡି ଓ କନ୍ଧମାଳର କେତେକ ଜାଗାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୧ ତାରିଖ ପରେ ବଢିପାରେ ତାପମାତ୍ରା ।

ଅନ୍ୟପଟେ  ୨୯ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବାଧିକ ତାପମାତ୍ରା ଅନୁଗୁଳରେ ୩୪.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୪.୬, ମାଲକାନଗରିରେ ୩୪.୫ ଓ ପାରଳାଖେମୁଣ୍ଡିରେ ୩୪ଡିଗ୍ରି ରେକର୍ଡ ହୋଇଛି । ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୯. ୭ ଡିଗ୍ରି ରେକର୍ଡ ହୋଇଛି । ପୂର୍ବରୁ ସବୁଠାରୁ କମ୍‌ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରେକର୍ଡ କରାଯାଇଛି।

 

ଆହୁରି ପଢନ୍ତୁ :  ଦୁର୍ଘଟଣା ନେଲା ମାମୁ -ଭଣଜାଙ୍କ ଜୀବନ, ଉଭୟଙ୍କୁ ହରାଇ ପାଗେଳି ଭଳି ହେଉଛନ୍ତି ମହିଳା