ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ ଅସନ୍ତୁଷ୍ଟ , ଡ୍ୟାମ ଉଦଘାଟନ କରାଇ ନଦେବାକୁ ଧମକ

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ା ଜିଲ୍ଲା ଖଡିଆଳର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ଦ୍ୱାରା ୧୦ଟି ଗାଁକୁ ସମ୍ପୁର୍ଣ୍ଣ ଓ ୨୦ଟି ଗାଁକୁ ଆଶିଂକ ବୁଡ଼ି ଅଞ୍ଚଳ ଭାବେ ଘୋଷଣା ମଧ୍ୟ କରାଯାଇଛି । ଏହି ୧୦ଟି ଗାଁକୁ ପ୍ରଥମ ପର୍ଯ୍ୟାୟରେ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଥଇଥାନ ଟଙ୍କା ଯୋଗାଇ ଦେବାକୁ ସ୍ଥିର କରାଯାଇଥିଲା । ହେଲେ ଦୀର୍ଘ ୧୯ ବର୍ଷ ପରେ ବି ବିସ୍ଥାପିତ ଟଙ୍କା ପାଇବାରୁ ବଞ୍ଚିତ ହୋଇ ଦୁଃଖକଷ୍ଟରେ ବଞ୍ଚୁଛନ୍ତି । ସେପଟେ ୧୯୯୪ ପଲିସି ଅନୁସାରେ ୨୯୩୭ ଜଣ ମୂଳ ବିସ୍ଥାପିତଙ୍କୁ ମିଳିଥିବା କ୍ଷତିପୂରଣ ଟଙ୍କାର ପରିମାଣ ଖୁବ୍‌ କମ୍‌ ବୋଲି ବିସ୍ଥାପିତ ଅଭିଯୋଗ କରିଛନ୍ତି ।

idrabatiଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ କୃଷକ ସଙ୍ଗଠନ, ଲୋକ ଜନଶକ୍ତି ସଙ୍ଗଠନ ଓ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛି । ସେପଟେ ୧୯୯୪ ପଲିସି ଅନୁସାରେ କ୍ଷତିପୂରଣ ବାବଦକୁ କମ୍‌ ଟଙ୍କା ପାଇଥିବା ପରିବାରକୁ ବର୍ଦ୍ଧିତ ହାରରେ କ୍ଷତିପୂରଣ ଯୋଗାଇ ଦେବାକୁ ନୂଆପଡା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନି । ଅନ୍ୟପଟେ ବିସ୍ଥାପିତଙ୍କ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଆଗାମୀ ୨୩ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ଡ୍ୟାମ ଉଦଘାଟନ କରାଇନଦେବାକୁ ଚେତାବନୀ ଦେଇଛନ୍ତି ବିସ୍ଥାପିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.