କଟକ : ଓକିଲଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପ୍ରତିବାଦରେ ଆଇନଜୀବୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ

କଟକ (କେନ୍ୟୁଜ୍) : ନୂଆବଜାରରେ ଓକିଲଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପ୍ରତିବାଦରେ ଆଇନଜୀବୀଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ। ଆଜି ଅପରାହ୍ଣ ସାଢ଼େ ଗୋଟାଏ ପର୍ୟ୍ୟନ୍ତ ହାଇକୋର୍ଟ ବର୍ଜନ ଜାରି ରଖିବେ ଆଇନଜୀବୀ । ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପ୍ରତିବାଦରେ ଆଇନଜୀବୀମାନେ ରାଜ୍ୟବ୍ୟାପୀ କାର୍ୟ୍ୟବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସାରା ରାଜ୍ୟର ଆଇନଜୀବୀମାନେ କୋର୍ଟ କାର୍ୟ୍ୟରୁ ନିବୃତ୍ତ ରହିବାକୁ ରାଜ୍ୟ ଆଇନଜୀବୀ ପରିଷଦ ମଧ୍ୟ ନିବେଦନ କରିଛି ।

ଆଜି ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ । ସେହିପରି ଦିନ ସାଢେ ଗୋଟାଏରେ ହାଇକୋର୍ଟ ବାର୍ ଆସୋସିଏସନର ବୈଠକ ବସି ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର ହେବ । କଟକ ନୂଆବଜାର ଫ୍ଲାଇ ଓଭର ବ୍ରିଜ ନିକଟରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ଘଟଣାରେ ସଂପୃକ୍ତ ୪ ଜଣ ପୋଲିସଙ୍କୁ ବହିଷ୍କାର କରିବାକୁ ହାଇକୋର୍ଟ ବାର୍ ଆସୋସିଏସନ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.