ଆଜିକୁ ଠିକ୍‌ ବର୍ଷେ ତଳେ…ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ୍

ଭୁବନେଶ୍ବର: ଆଜିକୁ ଠିକ୍‌ ବର୍ଷେ ତଳେ, ଠିକ୍‌ ପ୍ରାୟ ଏହି ସମୟରେ ରାଜ୍ୟରେ ଆରମ୍ଭ ହୋଇଥିଲା ଲକ୍‌ଡାଉନ । ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସହ ୮ଟି ସହରରେ ଲକ୍‌ଡାଉନ ଆରମ୍ଭ ହୋଇଥିଲା। ସେପଟେ କେନ୍ଦ୍ର ସରକାର ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ଘୋଷଣା କରିଥିଲା। ପ୍ରଥମ ଥର ଲାଗି ସାରା ରାଜ୍ୟ ଓ ସାରାଦେଶ କୋଭିଡ୍‌ ପାଇଁ ଠପ୍‌ ହୋଇଯାଇଥିଲା।

କୋଭିଡ୍‌ ମୁକାବିଲାର ପ୍ରଥମ ବଡ଼ ପଦକ୍ଷେପ ଥିଲା ଲକ୍‌ଡାଉନ ଓ ଜନତା କର୍ଫ୍ୟୁ। ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖ ଯାଏ ଲକ୍‌ଡାଉନ ଘୋଷଣା କରିଥିଲେ। କିନ୍ତୁ ଏହା ମଝିରେ କେନ୍ଦ୍ର ସରକାର ମାର୍ଚ୍ଚ ୨୩ରେ ଘୋଷଣା କଲେ, ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକ୍‌ଡାଉନ ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨୧ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା।

କିନ୍ତୁ ଓଡ଼ିଶା ସରକାର ଆଗୁଆ ମାର୍ଚ୍ଚ ୨୨ରୁ ଲକ୍‌ଡାଉନ ଘୋଷଣା କରିଥିଲେ। ଲକ୍‌ଡାଉନ ଘୋଷଣା କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ଲକ୍‌ଡାଉନ ଆରମ୍ଭ ପରେ ପରେ ଦିନ ଗଡିବା ସହ ଲକ୍‌ଡାଉନର ପ୍ରଭାବ ମଧ୍ୟ ଅନୁଭୁତ ହୋଇଥିଲା। ମାର୍ଚ୍ଚ ୨୨ ତାରିଖ ଦିନ ଲକ୍‌ଡାଉନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନକୁ ଯାଆଆସ କରୁଥିବା ଲୋକେ ହଇରାଣ ହୋଇଥିଲେ।ଲକ୍‌ଡାଉନ କୋଭିଡ୍‌ ମୁକାବିଲାର ଅନ୍ୟତମ ବଡ଼ ପଦକ୍ଷେପ ଥିଲା। କିନ୍ତୁ ସେହି ଲକ୍‌ଡାଉନର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି।

Leave A Reply

Your email address will not be published.