ଗଞ୍ଜାମ: ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଲା ବୁଢାକେନ୍ଦୁ ଯାତ୍ରା, କରୋନା କଟକଣା ପାଇଁ ଖାଁଖାଁ ପରିବେଶ

ଗଞ୍ଜାମ : କରୋନା କଟକଣା ପାଇଁ ବନ୍ଦ ରହିଛି ପରମ୍ପରା । ଗଞ୍ଜାମ ବେଲଗୁଣ୍ଠା ବ୍ଳକର ଐତିହାସିକ ପୀଠ ମା ବୁଢାକେନ୍ଦୁଙ୍କ ଶକ୍ତି ପୀଠରେ ବନ୍ଦ ରହିଛି ବୁଢାକେନ୍ଦୁ ଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଳ୍ପ କିଛି ଭକ୍ତଙ୍କୁ ଛାଡ଼ିଦେଲେ ମନ୍ଦିର ପରିବେଶ ସମ୍ପୂର୍ଣ୍ଣ ଖାଁଖାଁ ଥିଲା ।

ଦୋକାନ ବଜାର ଠାରୁ ଆରମ୍ଭ କରି ମନୋହରୀ ହାଟ ମଧ୍ୟ ଜନ ଶୂନ୍ୟ ଥିଲା । ପୂର୍ବ ବର୍ଷ ମାନଙ୍କରେ ଯାତ୍ରାରେ ବ୍ୟବସାୟୀ ମାନେ ଭଲ ରୋଜଗାର କରୁଥିବା ବେଳେ ଏଥର କରୋନା ପ୍ରହାର ସେମାନଙ୍କ ଉପରେ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.