କଟକରେ ଆସନ୍ତା ୧୪ରେ ହେବ ମା’ଙ୍କ ଭସାଣ ଉତ୍ସବ, ୧୨୦ରୁ ଅଧିକ ମୂର୍ତ୍ତି ଦେବୀଗଡାରେ ହେବ ବିସର୍ଜନ

କଟକ : କଟକରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣ ଉତ୍ସବ ।  ସହରର ୧୭୦ ଟି ପୂଜା ମଣ୍ଡପ ଭିତରୁ ୧୨୦ରୁ ଅଧିକ ମୂର୍ତ୍ତି ପୁରୀଘାଟ ଦେବୀଗଡା ଠାରେ ବିସର୍ଜନ କରାଯିବ ।  ଦେବୀ ଗଡ଼ାରେ ଭସାଣି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି କଟକ ମହାନଗର ନିଗମ ମେୟର, ସ୍ଥାନୀୟ କର୍ପୋରେଟର ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ।  କାଠଯୋଡ଼ି ନଦୀ ପଠାରେ ମୋଟ ତିନିଟି ଅସ୍ଥାୟୀ କୃତ୍ରିମ ପୋଖରୀ କରାଯାଉଛି ମୂର୍ତ୍ତି ବିସର୍ଜନ ପାଇଁ ।  ନଦୀରେ ପାଣି କମ ଥିବାରୁ, ବଡ ପମ୍ପ ଜରିଆରେ ପୋଖରୀରେ ପାଣି ଭର୍ତ୍ତି କରିବାକୁ ଯୋଜନା ରହିଛି ।  ଦେବୀଗଡ଼ାରେ ପରିମଳ, ପାନୀୟ ଜଳ ଓ ଆଲୋକୀକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି କଟକ ମେୟର ।

ସେହିପରି ଚଳିତ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି ହୋଇଛି । ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।  ସେହିପରି କଟକର ଦୁର୍ଗାପୂଜା ଭସାଣିରେ ଡିଜେ ପରିବର୍ତ୍ତେ ପାରମ୍ପାରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଛି ।  ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ନିଶାମୁକ୍ତ ଭସାଣି ଓ ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି ।

You might also like