ଯାଜପୁର: ବିନା ଭକ୍ତରେ ଗଡିଲା ମା ବିରଜାଙ୍କ ରଥ, ସେବାୟତ ଓ ପୋଲିସ ଟାଣିଲେ ରଥ

ଯାଜପୁର ଟାଉନ(କେନ୍ୟୁଜ୍):କୋରନା କଟକଣା ଭିତରେ ଆଜି ସନ୍ଧ୍ୟା ରେ ଆରମ୍ଭ ହେଲା  ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ରଥଯାତ୍ରା। ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ ହୋଇ ଉଠିଛି।  ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥପ୍ରତିଷ୍ଠା କରାଯାଇଥିଲା । ଏହାପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା ଯାଇଥିଲା ।

biraja ratha 1

ଚଳିତ ବର୍ଷ ମଧ୍ୟ କୋରନା କଟକଣା ଥିବାରୁ କେବଳ ସେବାୟତ ଓ ପୋଲିସ ଏହି ରଥ ଟାଣିଥିଲେ। ଆସନ୍ତାକାଲି ଠାରୁ ୮ଦିନ ଯାଏ ପ୍ରତ୍ୟେହ ସଂଧ୍ୟାରେ ରଥ ମନ୍ଦୀରର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ରଥ ରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ।  ଭିଡ଼କୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି। ମା ବିରାଜାଙ୍କ ଶାରଦୀୟ ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ସାରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.