ଆଉ ଦିନକ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା, ଆସନ୍ତାକାଲି ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ

ଯାଜପୁର ଟାଉନ(କେନ୍ୟୁଜ୍): ଆଉ ଦିନକ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆରମ୍ଭ ହେବ। ରଥଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ପନା ଦୁର ହେବା ସହ କୋଭିଡ କଟକଣାରେ ମାଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । ଏହାକୁ ନେଇ ଭକ୍ତ ଓ ସେବାୟତମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । କାହିଁ କେଉଁ କାଳରୁ ଚାଲି ଆସୁଥିବା ମାଙ୍କ ରଥଯାତ୍ରା ପରମ୍ପରା ଚଳିତଥର କରୋନା ଯୋଗୁ ବନ୍ଦ ରହିବା ନେଇ ସମସ୍ତଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିଲା ।

ମାଙ୍କ ରଥଯାତ୍ରା କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ତେବେ ହାଇ କୋର୍ଟ ଏହି ମାମଲାର ବିଚାର କରି କୋଭିଡ କଟକଣାରେ ରଥଯାତ୍ରା ସମ୍ପନ୍ନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଜିଲ୍ଲାପାଳ ମନ୍ଦିର ସେବାୟତ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପରେ କୋଭିଡ କଟକଣାରେ ରଥଯାତ୍ରା ସମ୍ପନ୍ନ କରିବାକୁ ସ୍ଥିର ହୋଇଥିଲା ।

ଆସନ୍ତା ୧୭ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚଳିତଥର ସେବାୟତ ଓ କିଛି ପୋଲିସଙ୍କ ଦ୍ୱାରା ରଥଯାତ୍ରା ସମ୍ପନ୍ନ ହେବ । ରଥଯାତ୍ରା ପୁର୍ବରୁ ବଭିିନ୍ନ ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ ।ଏଥିସହିତ ସେମାନଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ। ରଥଯାତ୍ରା କୁ ସୁରଖୁର ରେ କରିବା ପାଇଁ ମନ୍ଦିର ପ୍ରଶାସନ। ଓ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂର୍ବରୁ ମା ଙ୍କ ରଥ ନିର୍ମାଣ ସରିଛି। ଯେଉଁ ସେବାୟତ ମାନଙ୍କ କୋବିଡ଼ ରିପୋର୍ଟ ନେଗେଟିଭ ଆସିବ ସେମନେ କେବଳ ଏହି ରଥଯାତ୍ରା ରେ ସାମିଲ ହୋଇପାରିବେ।

Leave A Reply

Your email address will not be published.