ବ୍ରହ୍ମପୁରରେ ଧୁମ୍‌ଧାମ୍‌ରେ ପାଳନ ହେଉଛି ପ୍ରସିଦ୍ଧ ମା’ବୁଢ଼ୀ ସାଆନ୍ତାଣୀଙ୍କ ଯାତ୍ରା

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଧୁମ୍‌ଧାମ୍‌ରେ ଚାଲିଛି ମା’ ବୁଢ଼ୀ ସାଆନ୍ତାଣୀଙ୍କ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ଏହି ଯାତ୍ରାର ଅନେକ ପରମ୍ପରା ରହିଛି। ସେଥିରୁ ମାନସିକଧାରୀଙ୍କ ବେଶ ଧାରଣ ପରମ୍ପରା ନିଆରା । ମାନସିକଧାରୀମାନେ ବିଭିନ୍ନ ବେଶ ଧରି ମାଆଙ୍କ ଚରଣ ତଳେ ନିଜକୁ ସମର୍ପିତ କରିଥାନ୍ତି। ମାଆଙ୍କର ବିଭିନ୍ନ ପରମ୍ପରା ରହିଛି। ଯାତ୍ରା ସମୟରେ ମାନସିକଧାରୀମାନେ ବିଭିନ୍ନ ବେଶ ହୋଇଥାନ୍ତି । କିଏ ରାଧାକୃଷ୍ଣ ବେଶ ତ, ଆଉ କିଏ ବ୍ରହ୍ମା ବିଷ୍ଣୁଙ୍କ ବେଶ । କିଛି ମାନସିକ ପାଇଁ ବେଶ ଧାରଣ କରିଥିବାବେଳେ ଆଉ କିଛି ମନୋରଞ୍ଜନ ପାଇଁ ବେଶ ଧାରଣ କରିଥାନ୍ତି । ଏସବୁ ଭିତରେ ବାଘ ବେଶ ଗୁରୁତ୍ୱ ବହନ କରିଥାଏ । ବାଘ ବେଶଧାରୀମାନେ ଯାତ୍ରାର ଏକ ମାସ ପୂର୍ବରୁ ତାଲିମ୍‌ ନେଇଥାନ୍ତି । ମାନସିକଧାରୀମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ନିଜ ଶରୀରକୁ ଚିତ୍ରିତ କରିଥାନ୍ତି ତାଲିମପ୍ରାପ୍ତ ଚିତ୍ରକାର । ଯାତ୍ରା ସମୟରେ ସହରରେ ଥିବା ୨୦ଟି ଚିତ୍ରାଳୟରେ ମାନସିକଧାରୀମାନଙ୍କ ଭିଡ ଜମିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.