ବ୍ରହ୍ମପୁର : ଧୂମଧାମରେ ଚାଲିଛି ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର (କେନ୍ୟୁଜ୍) : ଧୂମଧାମରେ ଚାଲିଛି ବୁଢୀ ଠାକୁରାଣୀ ଯାତ୍ରା । ଦେଶୀବେହେରାରେ ପୂଜା ପାଉଛନ୍ତି ମା । ଗତକାଲି ସ୍ଥାୟୀ ମଣ୍ଡପରେ ଗୋଟିଏ ଦିନ ବିଶ୍ରାମ ନେବା ପରେ ଆଜିଠୁ ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମାରେ ବାହାରିବ । ଠାକୁରାଣୀ ଯାତ୍ରା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ଦୁଇବର୍ଷରେ ଥରେ ମାଆଙ୍କ ପାରମ୍ପରିକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଆଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି।