ସୁବର୍ଣ୍ଣପୁର : ଆଶ୍ଵିନର ପାର୍ବଣରେ ଚଳଚଞ୍ଚଳ ହୋଇ ଉଠିଛି । ଶାକ୍ତମାଟି ସୁବର୍ଣ୍ଣପୁର ଗଡଜାତ ଅଂଚଳ ଭାବେ ପରିଚିତ ଥିବା ସୋନପୁର ଗଡଜାତକୁ ସୁରକ୍ଷା ଦେଇଆସୁଥିବା ମାଁ ଲଙ୍କେଶ୍ଵରୀଙ୍କ ଚାଲିଛି ଦଶହରା ମହା ଆଳତୀ । ଲଙ୍କେଶ୍ଵରୀ ଉନ୍ନୟକ କମିଟୀ ବଡବଜାର ତେନ୍ତିଲିଘାଟ ପରିସରରେ ଚାଲିଥିବା ଏହି ମହାଆଳତୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ସଂନ୍ଧ୍ୟାରେ ମାଁଙ୍କ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ଆଲତୀ କରାଯାଇଥାଏ ।
ଷୋଳ ଭରଣୀ ବାଦ୍ୟ,ଘଣ୍ଟ,ଶଂଙ୍ଖରେ ଦୁଲୁକି ଉଠିଥାଏ ମହାନଦୀ କୂଳ । ମହାନଦୀର ନୀଳ ଜଳରାଶି ମଝିରେ ଥିବା ମାଁଙ୍କ ଆସ୍ତାନକୁ ଡଙ୍ଗା ସାହଯ୍ୟରେ ଲୋକେ ଦର୍ଶନ କରିବାକୁ ଯାଉଥିବା ବେଳେ ସଂନ୍ଧ୍ୟା ସମୟରେ ମାଁ ଏହି ଦଶହରା ଆଳତୀ ଦର୍ଶନ କଲେ କୋଟି ଜନ୍ୱର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ସେଇଥିପାଇଁ ଭକ୍ତ କାହିଁ କେତେ ଦୁରଦୂରାନ୍ତରରୁ ଆସି ମାଙ୍କୁ ଦର୍ଶନ କରିବା ସହିତ ସଂନ୍ଧ୍ୟା ଆଳତୀ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେକରିଥାନ୍ତି ।