ମା’ ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ
ବର୍ଷକୁ ଥରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମା' ମଙ୍ଗଳାଙ୍କର ହୋଇଥାଏ ସର୍ବାଙ୍ଗ ଚନ୍ଦନ ବେଶ, ୧୦ କେଜି ଚନ୍ଦନ କାଠ ଘୋରା ଯାଇ ଦିଆଯାଏ ଲେପ
ଆଜି ହେଉଛି ପବିତ୍ର ଦେବସ୍ନାନ ପୁର୍ଣିମା । ଆଜିର ଦିନରେ ନୀଳାଦ୍ରିନାଥ ମହାପ୍ରଭୁ ଜଗନ୍ନାଥ ଏବଂ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆରମ୍ଭ ହୋଇଥାଏ ରଥଯାତ୍ରାର ଆରମ୍ଭ । ସେହି ଅବସରରେ ଆଜିର ଦେବସ୍ନାନ ପୁର୍ଣିମାରେ କାକଟପୁର ବାସିନୀ ମା ମଙ୍ଗଳାଙ୍କ ମନ୍ଦିର ରେ ଆୟୋଜିତ ହୋଇଥାଏ ସ୍ଵତନ୍ତ୍ର ପରମ୍ପରା ଏବଂ ରୀତିନୀତି । ବିଭିନ୍ନ ପର୍ବ ପର୍ବାଣିରେ ମା ମଙ୍ଗଳାଙ୍କ ର ଅନେକ ବେଶ ଆରମ୍ଭ ହେଉଥିବା ବେଳେ ଅନେକ ସମୟରେ ମୁଖ ଚନ୍ଦନ ବେଶ ରେ ମା ମଙ୍ଗଳା ଦର୍ଶନ ଦେଇଥାନ୍ତି ।
ଆଜିର ସ୍ଵତନ୍ତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମଙ୍ଗଳା ମନ୍ଦିର ପରମ୍ପରା ଅନୁଯାଇ ମା ମଙ୍ଗଳାଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଆୟୋଜନ କରାଯାଇଛି । ଏଥିପାଇଁ ୮ ରୁ ୧୦ କେଜି ଓଜନର ଚନ୍ଦନ କାଠ ବ୍ୟବହାର କରାଯାଇଥିବା ବେଳେ ସେଥିରେ କର୍ପୁର ,ଅଗୁର ,ଜାଇଫଳ ଭଳି ଅନେକ ସୁବାସିତ ପଦାର୍ଥ ବି ବ୍ୟବହାର କରାଯାଇଛି। ଏହି ସବୁ ସାମଗ୍ରୀ ମଙ୍ଗଳା ମନ୍ଦିର ଟ୍ରସ୍ଟ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯାଇଛି | ଆଜି ଅପରାହ୍ନ ଦୁଇଟା ସମୟରୁ ମା ମଙ୍ଗଳାଙ୍କ ସେବକ ମାନଙ୍କ ଦ୍ଵାରା ଦେବୀ ମଣ୍ଡପ ଠାରେ ପଥର ଶିଳ ଉପରେ କର୍ପୁର ସହିତ ଚନ୍ଦନକାଠ କୁ ସେବାୟତ ମାନେ ଘୋରିବା ଆରମ୍ଭ କରିଥିଲେ | ଏକାଧିକ ସେବାୟତ ମାନଙ୍କ ଦ୍ଵାରା ଚନ୍ଦନ ଘୋରା ଜୀବାପରେ ମା ମଙ୍ଗଳାଙ୍କ ଭଅଣ୍ଡ ଧୂପ ସାରିବା ପରେ ଦିନ ଚାରିଟା ସମୟରେ ମା ମଙ୍ଗଳାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ଘୋରାଯାଇଥିବା ଚନ୍ଦନ ଦ୍ଵାରା ମା ମଙ୍ଗଳାଙ୍କ ଶରୀର ରେ ସର୍ବାଙ୍ଗ ଚନ୍ଦନ ବେଶରେ ସେବାୟତ ମାନଙ୍କ ଦ୍ଵାରା ସଜିତ କରାଯାଇଥାଏ | ଏହି ବେଶରେ ମା ମଙ୍ଗଳାଙ୍କ ନିକଟରେ ଧଳାରଙ୍ଗର ସମସ୍ତ ବସ୍ତୁ ଲାଗିକରାଯାଇଥାଏ | ମା ଧଳା ପାଟ ବସ୍ତ୍ର ପରିଧାନ କରିବା ସହିତ ଧଳାରଙ୍ଗର ଫୁଲ କୁ ମଧ୍ୟ ମା ଙ୍କ ନିକଟରେ ଲାଗି କରାଯାଇଥାଏ ।
ମା ମଙ୍ଗଳାଙ୍କ ଏହି ସର୍ବାଙ୍ଗ ଚନ୍ଦନ ବେଶ ବର୍ଷକୁ ଗୋଟିଏ ଦିନ ଆଜିର ଦିନରେ ଦେଖିବାକୁ ମିଳିଥାଏ | ପରମ୍ପରା ଅନୁଯାଇ ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଅତିଷ୍ଟ ହୋଇପଡିଥିବା ମଣିଷ ମାନେ ଯେ ପରି ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଶୀତଳତାର ବସ୍ତୁ କୁ ବ୍ୟବହାର କରିଥାନ୍ତି ସେହିଭଳି ଯଥା ଦେହେ ତଥା ଦେବ ନ୍ୟାୟରେ ଦେବତମାନେ ମଧ୍ୟ ଗ୍ରୀଷ୍ମ ର ଦାଉରୁ ମୁକୁଳିବା ପାଇଁ ଏହି ସର୍ବାଙ୍ଗ ଚନ୍ଦନ ବେଶ କୁ ଧାରଣ କରିଥାନ୍ତି | ଆଜି ର ଏହି ଅବସର ରେ ମଙ୍ଗଳା ମନ୍ଦିର କୁ ବିଭିର୍ଣ ଫୁଲ ରେ ସଜିତ କରାଯାଇଛି । ମନ୍ଦିର ବେଢା ପରିସରରେ ବିଜେ କରିଥିବା ପତିତ ପାବନ ଦେବ ଙ୍କର ଆଜି ମଧ୍ୟ ସ୍ନାନ ଯାତ୍ରା ଆରମ୍ଭ କରାଯାଇଥାଏ | ସ୍ନାନ ମଣ୍ଡପକୁ ଦିଅଁ ଙ୍କୁ ବିଜେ କରାଯାଇ ସେଠାରେ ସ୍ନାନନୀତି କରଯାଇଥିଲା | ଆଜିର ସର୍ବାଙ୍ଗ ଚନ୍ଦନ ବେଶ ସରିବାପରେ ପହୁଡ ଫିଟାଜାଇ ମା ମଙ୍ଗଳାଙ୍କ ଆଳତି କରଯାଇଥିଲା | ଏହି ବେଶରେ ମା ମଙ୍ଗଳା ଧବଳ ମୁଖୀ ବେଶ ରେ ବେଶ ସୁନ୍ଦର ଦିଶୁଥିଲେ | ମା ମଙ୍ଗଳାଙ୍କ ଏହି କମନୀୟ ବେଶ ଦର୍ଶନ କରିବା ପାଇଁ ସହ ସହ ଶ୍ରଦ୍ଧାଳୁ ଙ୍କ ଭିଡ ଦେଖିବାକୁ ମିଳିଥିଲା | ମା ମଙ୍ଗଳାଙ୍କ ବେଶ ସରିବା ପରେ ସେବାୟତ ମାନଙ୍କ ମଧ୍ୟରେ ଚନ୍ଦନ ବୋଳାବୋଳି ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।