ପାଳିତ ହେଉଛି ମାଆ ମୁକ୍ତାଦେବୀ ଠାକୁରାଣୀ ଯାତ୍ରା

ମାଆ ମୁକ୍ତାଦେବୀଙ୍କ ଠାକୁରାଣୀ ଯାତ୍ରା ପାଇଁ ଉତ୍ସବ ମୁଖରିତ ହୋଇ ଉଠିଛି ପୁରା ଗଞ୍ଜାମ ଜ଼ିଲ୍ଲାର ଚିକିଟିପେଣ୍ଠ। ଗତ ୨୭ ତାରିଖ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ ୧୦ ତାରିଖରେ ଏହା ସରିବ। ବେଳେ ଘଟ ପରିକ୍ରମା ରେ ପଟୁଆର ସହ କଳାକୁଞ୍ଜ ଓ ଆକର୍ଷଣୀୟ ଲାଇଟ ଶଯ୍ଯା ଦର୍ଶକ ଙ୍କୁ ଆକର୍ଷିତ କରୁଛି । ତେବେ ପରମ୍ପରା ଅନୁୀଯାୟୀ ଏହି ପର୍ବ ପ୍ରତି ୫ ବର୍ଷ ବ୍ୟବଧାନରେ ପାଳିତ ହୋଇଥାଏ।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମାଆ ମୁକ୍ତା ଦେବୀଙ୍କର ଅନୁଷ୍ଠିତ ହୋଇଛି ଠାକୁରାଣୀ ଯାତ୍ରା। ଯାତ୍ରାରେ ଚାଙ୍ଗୁବାଦ୍ୟର ତାଳେ ତାଳେ ବାଘ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ହେଉଥିବା ବେଳେ ରାମାୟଣ ଚରିତ୍ର ଓ ମହାଭାରତ ଚରିତ୍ର କଳାକାରଙ୍କ ପଟୁଆର ଦେଖିବାକୁ ମିଳୁଛି, ପ୍ରତି ପାଞ୍ଚ ବର୍ଷ ବ୍ଯବଧାନ ରେ ଏହି ଯାତ୍ରା ହେଉଥିବା ବେଳେ ମା ଙ୍କ ବାପା ଘର ରୂପେ ରାମଚନ୍ଦ୍ର ସାହୁ ନାମକ ବ୍ଯକ୍ତି ମାଆ ଙ୍କୁ ଝିଅ ରୂପରେ ଅସ୍ଥାୟୀ ମଣ୍ଡପ କୁ ନିମନ୍ତ୍ରଣ କରି ଆଣିଥାନ୍ତି । କୋଭିଡ ପାଇଁ ଦୁଇବର୍ଷ ଏହି ଯାତ୍ରା ବନ୍ଦ ହୋଇାଇଥିଲା। ଚଳିତ ବର୍ଷ ପୁଣି ଥରେ ଏହି ଯାତ୍ରା ଆରମ୍ଭ ହୋଇଛ ି। ଏଥିପାଇଁ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଲାଗିଛ ି

ପ୍ରତିଦିନ ମାଆ ପଟୁଆର ରେ ସାହି ପରିକ୍ରମା ବାହାରିବା ପୂର୍ବରୁ ରାମଚନ୍ଦ୍ର ସାହୁଙ୍କ ଘରୁ ପିଠା ଆସିଥାଏ ଏହା କୁ ଭୋଗ ହେବା ପରେ ମା ବାହାରିଥାନ୍ତି । ଏହି ପରମ୍ପରାବହୁ ଆଗରୁ ରହି ଆସିଛଇ ଆସନ୍ତା ୧୦ ତାରିଖରେ ଏହି ପରମ୍ପରା ଶେଷ ହେଉଥିବା କାରଣରୁ ଦର୍ଶକଙ୍କ ଭିଡ଼ ବହୁ ମାତ୍ରାରେ ହେଉଛି। ୧୫ ଗୋଟି କଳାକୁଞ୍ଜ ହୋଇଥିବା କହିଛନ୍ତି ଯାତ୍ରା ପରିଚାଳନା ସଭାପତି

ମାଆ ସାହି କୁ ସାହି ବୁଲିବା ବେଳେ ଘର ସମ୍ମୁଖରେ ମହିଳା ମାନେ ହଳଦୀ ପାଣିରେ ପାଦ ଧୋଇ ଦିଅନ୍ତି,ଅଳତା ଲଗାନ୍ତି ପ୍ରଣାମ ଜଣାନ୍ତି। କଳସ ଥୋଇ ମାଆଙ୍କ ଆଗମନ କୁ ଅପେକ୍ଷା କରିଥାନ୍ତି । ଏହା ରାତି ୧୨ ଟା ପର୍ଯ୍ୟନ୍ତ ଚାଲେ। ମାଆ ମୁକ୍ତାମଞ୍ଜା ଗଛ ମୂଳରେ ଆର୍ବିଭାବ ହୋଇଥିଲେ ବୋଲି ମାଆଙ୍କ ନା ‘ ହୋଇଥିଲା ମୁକ୍ତାଦେବୀ.. ଚିକିଟି ପେଣ୍ଠ ବସତି ବସିବା ଦିନ ଠାରୁ ମା ଙ୍କ ଉପରେ ଲୋକ ଙ୍କ ବିଶ୍ୱାସ ରହିଛି, ଏବେ ଜନ ସଂଖ୍ଯା ବଢିଛି ସେହି ତୁଳନାରେ ଯାତ୍ରା ମଧ୍ୟ ର କଳେବର ବଢିଥିବା କହନ୍ତି ବୁଦ୍ଧିଜୀବୀ.. ମାଆ ନିଜ ପୀଠରୁ ବାହାରି ଅସ୍ଥାୟୀ ମନ୍ଦିର କୁ ଆସିଥିବା ଯୋଗୁଁ ଭକ୍ତ ଦର୍ଶନ କରିବା ପାଇଁ ଗହଳି ଜମୁଛି।