ରାଜ୍ୟ

ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସାମନ୍ତଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ,ନୀଳିମାରାଣୀ ସେବା ସମ୍ମାନ ପ୍ରଦାନ ଓ ମିଶନ ଶକ୍ତି ଗୃହ ଶୁଭ ଉଦ୍ଘାଟନ

ଜଗତସିଂହପୁର (କେନ୍ୟୁଜ) : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ନୀଳିମାରାଣୀ ସ୍ମiରକି ସେବା ନ୍ଯାସ ଦ୍ୱାରା ଆୟୋଜିତ ଗ୍ରାମର ମହିୟସୀ ମହିଳା ତଥା କଲରାବାଙ୍କ କୁ ଆଦର୍ଶ ଗ୍ରାମରେ ପରିଣତ କରିଥିବା ରତ୍ନଗର୍ଭା ମା ନୀଳିମାରାଣୀ ସାମନ୍ତ ଙ୍କ ୯୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ମହିଳାମାନଙ୍କ ମିଶନ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରାଯାଇଥିଲା । ଏଥିରେ ଓଡିଶା ସରକାରଙ୍କ ଦୁଇ ମନ୍ତ୍ରୀ ,ବିଧାୟକ, ଜ଼ିଲ୍ଲାପIଳ,ପ୍ରମୁଖ ଯୋଗଦେଇ ଥିଲେ । ଦୁଇ ସମାଜସେବୀ ମହିୟସୀ ମହିଳାଙ୍କୁ “ନୀଳିମାରାଣୀ ସେବା ସମ୍ମାନ ” ପ୍ରଦାନ କରା ଯାଇଥିଲା ।

ଏହି ଅବସରରେ ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା କୀଟ କିସ୍ସ ପ୍ରତିଷ୍ଠାତା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସଭାପତିତ୍ୱରେ,ମୁଖ୍ଯ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ପଂଚାୟତରାଜ ଓ ପାନୀୟଜଳ ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ୍ତ କୁମାର ଅମାତ ,ମୁଖ୍ଯ ବକ୍ତା ଭାବେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ,ଅବକାରୀ ପର୍ଯ୍ଯଟନ ,ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ,କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ,କଟକ ଜ଼ିଲ୍ଲାପାଳ ଭବାନୀ ଶଙ୍କର ଚଇନି, କୀଟ କିସ୍ସ ମନ୍ଦୀର ଟ୍ରଷ୍ଟ ର ଅଧକ୍ଷ୍ୟା ବାବା ରାମ ନାରାୟଣ ଦାସ, ଯୋଗଦେଇ ମା ନୀଳିମା ରାଣୀ ଙ୍କ ଗ୍ରାମପ୍ରତି ଅବଦାନ କୁ ଭୁୟସୀ ପ୍ରଶଂସା କରିଥିଲେ ,ଗ୍ରାମର ବରପୁତ୍ର ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଭଳି ସୁପୁତ୍ରକୁ ଜନ୍ମ ଦେଇ ଗର୍ବିତ ।

ଜନ୍ମଦାତ୍ରୀ ମା ଙ୍କ ଯୋଗୁ ଆଜି ଏହି ଗ୍ରାମ ଆଦର୍ଶ ଗ୍ରାମରେ ପରିଣତ ହୋଇପାରିଛି ଓ ତାଙ୍କରି ଆଶିର୍ବାଦ ସବୁ ବେଳେ ତାଙ୍କ ଉପରେ ରହିଛି ବୋଲି କହିଥିଲେ । ଅନ୍ଯମାନଙ୍କ ମଧ୍ୟରେ ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ର ଉପଦେଷ୍ଟା ଅନ୍ତର୍ଯ୍ଯାମୀ ସାମନ୍ତ , ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ,ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ ,ଗ୍ରାମ କମିଟି ସମ୍ପାଦକ ଅଭିନ ଚନ୍ଦ୍ର କେଶ ,ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ପ୍ରତି ବର୍ଷପରି ଦୁଇ ସମାଜସେବୀକା ଡକ୍ଟର ଅରୁନ୍ଦତୀ ଦେବୀ ଓ ଡକ୍ଟର ଝାନ୍ସୀ ସିଂ ଙ୍କୁ “ନୀଳିମାରାଣୀ ସେବା ସମ୍ମାନ” ପ୍ରଦାନ କରାଯାଇଥିଲା ପୁରସ୍କାର ବାବଦରେ ମାନପତ୍ର ଉପଢୌକନ ,ପୁଷ୍ପଗୁଛ ଓ ପଚାଶ ହଜାର ର ଅର୍ଥ ରାଶି ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଦୁଇ ସମାଜସେବୀକା ସମ୍ବର୍ଦ୍ଧିତ ହୋଇ ବେଶ ଖୁସି ବ୍ଯକ୍ତ କରିବା ସହ ଆଦର୍ଶ ଗ୍ରାମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ଯକ୍ରମକୁ କାଦମ୍ବିନୀ ଓ କୁନିକଥା ସମ୍ପାଦିକା ତଥା ଗ୍ରାମର ଦୁଇ ସ୍କୁଲର ସମ୍ପାଦିକା ଡାକ୍ତର ଇତି ରାଣୀ ସାମନ୍ତ ପରିଚାଳନା କରିଥିଲେ । ଏହି ଉତ୍ସବରେ କଳିଙ୍ଗଟିଭିର ଚିଫ୍‌ ମ୍ଯାନେଜିଙ୍ଗ ଡ଼ାଇରେକ୍ଟର ହିମାଂଶୁ ଖଟୁଆ, ଆଇନୀଜୀବୀ ମନୋରଞ୍ଜନ ପ୍ରଧାନ ,ନିରୁପମା ସାମନ୍ତ ,ଅନିରୁଦ୍ଧ ସାମନ୍ତ ,ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ ଆଶୁତୋଷ ମହାନ୍ତି ,ଯତୀନ୍ଦ୍ର ଲେଙ୍କା ,ଉପଦେଷ୍ଟା ନାରାୟଣ ପରିଡା ,ପ୍ରଶାସନିକ ଅଧିକାରିଣୀ ସାଗରିକା ମହାପାତ୍ର , ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ର ସି. ଇ .ଓ ଦୁର୍ଗା ଚରଣ ସାମନ୍ତ ପ୍ରମୁଖ ଯୋଗଦେଇ ସୁପରିଚାଳନା କରିଥିଲେ ।

ପ୍ରଥମେ ମା ନୀଳିମା ରାଣୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ଯାର୍ପଣ ପରେ କେକ୍‌ କଟାଯାଇ ଥିଲା ଓ ପରେ ୪୯ ଲକ୍ଷ ଟଙ୍କା ବ୍ଯୟରେ ନୂତନ ଭାବେ ର୍ନିମିତ ମିଶନ ଶକ୍ତି ଗୃହକୁ ଅତିଥିମାନେ ଶୁଭଉଦ୍ଘାଟନ କରିଥିଲେ ଓ ମନ୍ତ୍ରୀ ଦ୍ଵୟ ଆଦର୍ଶ ଗ୍ରାମ କଲରାବାଙ୍କ କୁ ବ୍ଯାଟେରୀ ଚାଳିତ ଗାଡିରେ ବୁଲି ଦେଖିଥିଲେ । ଏହିଅବସରରେ ଦକ୍ଷିଣ ଡାକ ମଣ୍ଡଳ ତରଫରୁ ମା ନୀଳିମା ରାଣୀ ଙ୍କ ଫଟୋ ଥାଇ “ମାଇଁ ଡାକ ଟିକଟ” କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ,ପରେ ଦୁଇ ସ୍କୁଲ ର ପିଲାମାନ ଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ କରାଯାଇଥିଲା । ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Niharanjan

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

24 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

30 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago