ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କର ଆଜି ହେବ ମହାସ୍ନାନ । ଚୋରମାନେ ମା’ଙ୍କୁ ସ୍ପର୍ଶ କରିଥିବା ଯୋଗୁ ୧୦୮ ଗରା ଜଳରେ ମା’ଙ୍କର ମହାସ୍ନାନ କରାଯିବ । ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମାଆ ଓ ଭଉଣୀମାନେ । ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତମାନେ । ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ । ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯି । ଏହା ସହ ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯିବ ।
ସୂଚନା ଅନୁସାରେ ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ । ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ ।