ଆରମ୍ଭ ହୋଇଛି ମାଁ ତାରାତାରୀଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି

ବ୍ରହ୍ମପୁର(କେନ୍ୟୁଜ୍‌): ଆରମ୍ଭ ହୋଇଛି ମାଁ ତାରାତାରୀଣୀଙ୍କ ଶାରଦୀୟ ପୂଜା ପ୍ରସ୍ତୁତି । ପବିତ୍ର ମୂଳାଷ୍ଟମୀ ଠାରୁ ସମସ୍ତ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା ଉପଚାର । ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରାରୀଣିଙ୍କ ଠାରେ ଗତ କାଲି ସଂଧ୍ୟାରେ ମାଁଙ୍କୁ ଜଳାଭିଷେକ କରାଯାଇଛି । ମା ଶୟନରେ ଥିବା ବେଳେ ଆଜି ମାଙ୍କ ଉଥପନା ହୋଇଛି । ଏନେଇ ମାଙ୍କୁ ୧୦୮ ସୁବାଷିତ ଜଳରେ ସ୍ନାନ କରାଯାଇଛି । କୋରନା କଟକଣା ଯୋଗୁଁ ବିନା ଭକ୍ତରେ କେବଳ ମନ୍ଦିରର ସେବାୟତମାନଙ୍କ ପକ୍ଷରୁ ଏକ ପଟୁଆରରେ ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ପୁରୁଷ ଓ ମହିଳାମାନେ ୧୦୮ ମାଠିଆ ଜଳ ଉଠାଇ ମାଁଙ୍କର ଠାରେ ଜଳ ଲାଗି କରିଛନ୍ତି । ଜଳ ଲାଗି ପରେ ଆରମ୍ଭ ହୋଇଛି ମାଁଙ୍କ ଗୁପ୍ତନୀତି ।

Leave A Reply

Your email address will not be published.