ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ, ଦିନ ୧୦ଟାରେ ଲାଗି ହେବ ଶଙ୍ଖୁଡ଼ି ଭୋଗ

କେନ୍ଦୁଝର :  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳନ ହେଉଛି ୮୯ତମ ଚଇତି ପର୍ବ ।  ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ।  ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଛି ।  ଲମ୍ବା ଲାଇନରେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ଆଜି ଭୋରୁ ଦେହୁରୀମାନେ ପ୍ରଥମେ ମାଆଙ୍କୁ କ୍ଷୀର, ଲହୁଣୀ, ହଳିଦୀ, ଚୁଆ, ଚନ୍ଦନ ଓ ମହୁ ଲେପନ କରି ମାଜଣା କରିଥିଲେ । ପରେ ମାଆଙ୍କୁ ସ୍ନାନ କରାଯିବା ପରେ ସୁନାବେଶ କରାଯାଇଥିଲା । ଧୂପ, ଦୀପ, ନୈବେଦ୍ୟ ସହ ସକାଳ ଆଳତୀ ହୋଇଥିଲା ।  ଭୋର ୫ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ ।  ବହୁ ଦୂର ଦୂରାନ୍ତରୁ ଆସି ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରୁଛନ୍ତି ।

ଭକ୍ତମାନେ ଆଣିଥିବା ଭୋଗ ଦେହୁରୀମାନଙ୍କ ଦ୍ବାରା ଅର୍ପଣ କରାଯାଉଛି ।  ଦିନ ୧୦ଟାରେ ଶଙ୍ଖୁଡ଼ି ଭୋଗ ଲାଗି ହେବ ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।  ୫ ପ୍ଲାଟୁନ ପୋଲିସ ସହ ୫୦ରୁ ଉର୍ଦ୍ଧ୍ବ ଅଫିସର ମୁତୟନ ହୋଇଛନ୍ତି ।

Also read: ଆଉ ୪ ଦିନ ପଶ୍ଚିମାଝଡ଼ ବର୍ଷା, କିଛି ସ୍ଥାନରେ କୁଆପଥର ମାଡ଼ ସହ ହେବ ପ୍ରବଳ ବର୍ଷା