କାଲି ଖୋଲିବ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର,୧୦ ବର୍ଷରୁ କମ୍‌ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର ପ୍ରବେଶ ମନା

ଘଟଗାଁ(କେନ୍ୟୁଜ୍):  ଆସନ୍ତାକାଲିଠୁ ଖୋଲିବ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର । ଦୀର୍ଘ ମାସ ପରେ ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛି ତାରିଣୀ ମନ୍ଦିର ଟ୍ରଷ୍ଟବୋର୍ଡ । ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି ହୋଇଛି ।

ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ଓ ଅପରାହ୍ଣରେ ୪ଟାରୁ ସନ୍ଧ୍ୟା ୭ଟା ଯାଏ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । ମା’ଙ୍କର ସକାଳ ଆଳତି, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତି ଏବଂ ଓହଡ଼ ଆଳତିରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ । ମନ୍ଦିର ଭିତରକୁ ଭୋଗ ନେବା ମନା । ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ । ୧୦ ବର୍ଷରୁ କମ୍‌ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମନ୍ଦିର ପ୍ରବେଶ ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.